କେମିତି ତୋଫା ଗୋରା ମାଆ-ବାପାଙ୍କ ଶିଶୁ ହେଲା କଳା, ଅଜଣା ବ୍ୟକ୍ତିର ଛୁଆକୁ ଜନ୍ମ ଦେଲେ ମହିଳା

ଅଜଣା ବ୍ୟକ୍ତି ପିଲାର ମାଆ ହେଲେ ଏହି ମହିଳା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଜରି।।ରେ ମାଆ ହୋଇଥିବା ଜଣେ ମହିଳା ଅଜାଣତରେ ଏକ ଅଜଣା ବ୍ୟକ୍ତିଙ୍କ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଭୁଲ ବ୍ରିସ୍ୱେନ ସ୍ଥିତ ମୋନାଶ ଆଇବିଏଫ କ୍ଲିନିକରେ ମନୁଷ୍ୟ ଜନିତ ଭୁଲ କାରଣରୁ ହୋଇଛି।

ଏମିତି ସାମ୍ନାକୁ ଆସିଲା ସତ: କ୍ଲିନିକ ଶୁକ୍ରବାର ଏକ ବଡ଼ ବୟାନ ଜାରି କରି କହିଛି ଯେ, ଫେବୃଆରୀ ୨୦୨୪ରେ ଏହି ଭୁଲ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମେଡିକାଲ ଷ୍ଟାଫ ଜାଣିବାକୁ ପାଇଲେ ଯେ, ଷ୍ଟୋରେଜରେ ଜଣେ ଦମ୍ପତ୍ତିଙ୍କର ଆବଶ୍ୟକତାଠାରୁ ଅଧିକ ଭ୍ରୁଣ ଅଛି।

ଯାଞ୍ଚ ସମୟରେ ଏହା ସାମ୍ନାକୁ ଆସିଥିଲା ଯେ, ଜଣେ ରୋଗୀର ଭ୍ରୁଣ ଭୁଲରେ ମହିଳାଙ୍କୁ ଟ୍ରାନ୍ସଫର କରାଯାଇଛି, ଯେଉଁଥିରେ ସେ ଗର୍ଭବତୀ ହୋଇ ଆଉ ଏକ ଅଜଣା ଶିଶୁଙ୍କୁ ଜନ୍ମ ଦେଇଥିଲେ। ରିପୋର୍ଟ ମୁତାବକ ବାପା-ମାଆ ତୋଫା ଗୋରା କିନ୍ତୁ ପିଲା କଳା ରଙ୍ଗର।

କ୍ଲିନିକ ମାନିଲା ଭୁଲ: ଆଇଭିଏଫ ସବୁଠୁ ବଡ଼ ଫର୍ଟିଲିଟି ସେବା ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ। ଏହି କ୍ଲିନିକ ସ୍ୱିକାର କରିଛି ଯେ, ଏହି ଘଟଣା ପ୍ରୟୋଗଶାଳାରେ କଡ଼ା ସୁରକ୍ଷା ପ୍ରୋଟୋକଲ ପରେ ହୋଇଛି।

କ୍ଲିନିକର ସିଇଓ କହିଛନ୍ତି ଯେ, ଆମେ ଏହି ତ୍ରୁଟି ପାଇଁ ଗଭିର ଦୁଃଖ ପ୍ରକାଶ କରୁଛୁ ଏବଂ ପ୍ରଭାବିତ ଲୋକଙ୍କୁ କ୍ଷମା ମାଗୁଛୁ। ଆମେ ଏହି କଠିନ ସମସ୍ୟାରେ ରୋଗୀଙ୍କୁ ସମସ୍ତ ସହଯୋଗ କରିବୁ।