ତିନି ବର୍ଷର ଝିଅକୁ ହାଣିଦେଲା ଜହ୍ଲାଦ ବାପା, ଅଭିଯୁକ୍ତ ଫେରାର

୩ ବର୍ଷୀୟ ଝିଅକୁ ହାଣିଦେଲା ବାପା

ବାଙ୍କୀ: ଜନ୍ମ କଲା ବାପା ବି ପାଲଟିପାରେ ଏତେ ନୃଶଂସ। ଏହାର ଏକ ଜ୍ୱଳନ୍ତ ଉଦାହରଣ ବାଙ୍କୀରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଜହ୍ଲାଦ ବାପା ନିଜ ୩ ବର୍ଷୀୟ ଝିଅକୁ ହାଣି ଦେଇଥିବା ଖବର ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, କଳାପଥର ମେଡିକାଲ ସାମ୍ନାରେ ଝିଅକୁ ଆକ୍ରମଣ କରିଛି ଜହ୍ଲାଦ ବାପା। କଟୁରି ଚୋଟରେ ଝିଅ ଗୁରୁତର ହୋଇଛି। ଆକ୍ରମଣର ସଙ୍ଗେ ସଙ୍ଗେ ଆହତ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଘରୋଇ କଳି ଲାଗିଥିବା ବେଳେ ବାପା ନିଜ କ୍ରୋଧକୁ ସମ୍ଭାଳିନପାରି ଝିଅକୁ ହାଣିଦେଇଛି। ଏହାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଫେରା ହୋଇଯାଇଛି।