BREAKING: କ୍ଲାସ ନେଲେ ନଡ୍ଡା, ଚାପୁଲିସି ଛାଡ଼ି ବ୍ୟକ୍ତିତ୍ୱ ତିଆରି କର

୧୪ଟି ବିନ୍ଦୁ ଉପରେ ଗୁରୁତ୍ୱ। ବିଧାୟକ, ସାଂସଦ, ମନ୍ତ୍ରୀ ବୋଲି ଗର୍ବ ଓ ଅହଂକାର କରନି। ଗ୍ରୁପିଜିମ୍‌, ଚାପୁଲିସି ଛାଡ଼ି ପ୍ରଥମେ ନିଜ ବ୍ୟକ୍ତିତ୍ୱ ତିଆରି କର।

ପୁରୀ: ବିଜେପି ସାଂସଦ, ବିଧାୟକ ଓ ମନ୍ତ୍ରୀମାନଙ୍କ କ୍ଲାସ୍ ନେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଟିପ୍ସ ଓ ଟାସ୍କ ଦେଲେ ନଡ୍ଡା।

ସରକାର, ସଂଗଠନ, ସୁସଂପର୍କକୁ ନେଇ ୧୪ଟି ବିନ୍ଦୁ ଉପରେ ଗୁରୁତ୍ୱ। ବିଧାୟକ, ସାଂସଦ, ମନ୍ତ୍ରୀ ବୋଲି ଗର୍ବ ଓ ଅହଂକାର କରନି। ଗ୍ରୁପିଜିମ୍‌, ଚାପୁଲିସି ଛାଡ଼ି ପ୍ରଥମେ ନିଜ ବ୍ୟକ୍ତିତ୍ୱ ତିଆରି କର।

ଗ୍ରାଉଣ୍ଡ, ଅଙ୍ଗନୱାଡ଼ି ଓ ମେଡ଼ିକାଲକୁ ଯାଇ ଅଧ ଘଣ୍ଟାଏ ବସ। ଅଫିସରଙ୍କ ସହ ଭଲ ସଂପର୍କ ରଖି କାମ ଆଦାୟ କରିବା ଶିଖ। ସଂଗଠନ କିପରି ବୃଦ୍ଧି ହେବ ସେ ଦିଗରେ ଦୃଷ୍ଟି ଦିଅ କହିଲେ ନଡ୍ଡା।

ପୁରୀରେ ଆଜି ୩ଦିନିଆ ବିଜେପି ପ୍ରଶିକ୍ଷଣ ଶିବିବର ଉଦଘାଟନ ହୋଇଛି। ଉଦଘାଟନ କରିଥିଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା।

ଏହି କର୍ମଶାଳାରେ ଦଳୀୟ ସାଂସଦ, ବିଧାୟକ ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନଡ୍ଡା। ଏଥିରେ ବିଭିନ୍ନ ପର୍ଯ୍ୟାୟ ଏବଂ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି।