କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସରକାରୀ ସ୍କିନ୍ ବ୍ୟାଙ୍କ
ଭୁବନେଶ୍ବର: ଓଡ଼ିଶା ଗସ୍ତରେ ରହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସରକାରୀ ସ୍କିନ୍ ବ୍ୟାଙ୍କ ।
ସୂଚନା ଅନୁସାରେ, ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଭୁବନେଶ୍ବର ଏମ୍ସ ପରିଦର୍ଶନ କରିଥିଲେ । ଏହି ସମୟରେ ସେ ବଡ଼ ଘୋଷଣା କରିଛନ୍ତି ।
ଗୁରୁତର ଭାବେ ପୋଡ଼ି ହୋଇଥିବା ରୋଗୀଙ୍କ ଚର୍ମ ପ୍ରତିରୋପଣ କରାଯିବ । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଦାତାଙ୍କ ଠାରୁ ଚର୍ମ ସଂଗ୍ରହ କରାଯିବ ବୋଲି କହିଛନ୍ତି । ଏହା ଏକ ଉତ୍ତମ ପଦକ୍ଷେପ ।
ପ୍ରକାଶଥାଉକି, ଗତକାଲି ଅର୍ଥାତ୍ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା । ତେବେ କାଲି ଆୟୁଷ୍ମାନ ଭାରତ ଯୋଜନା କାର୍ଡର ଶୁଭାରମ୍ଭ କରିଥିଲେ । ଏହାପରେ ଆଜି ଆୟୋଜିତ ବିଜେପି କର୍ମଶାଳାରେ ଯୋଗ ଦେଇ ବିଧାୟକଙ୍କୁ ଶିକ୍ଷା ଦେଇଥିଲେ ।
ଏହାପରେ ଭୁବନେଶ୍ବର ଏମ୍ସ ପରିଦର୍ଶନରେ ଯାଇଥିବା ବେଳେ ଏହି ବଡ଼ ଘୋଷଣା କରିଛନ୍ତି ।