ପାରାସିଟାମଲକୁ ବାଲ୍ୟାବସ୍ଥାରେ ଖାଉଥିଲେ ସାବଧାନ, କିଶୋରବସ୍ଥାରେ ହୋଇପାରେ ଏହି ମାରାତ୍ମକ ରୋଗ
ବାଲ୍ୟାବସ୍ଥାରେ ପାରାସିଟାମଲ୍ ଖାଉଛନ୍ତି କି? ହୋଇଯାଆନ୍ତୁ ସତର୍କ
ଓଡ଼ିଶା ଭାସ୍କର: ସାଧାରଣତଃ ଆମକୁ ଜ୍ୱର-ଥଣ୍ଡା ହେବା ମାତ୍ରେ ଆମେ ପାରାସିଟାମଲ ଖାଇଥାଉ। ଏଥିରେ ଆମର ଜ୍ୱର-ଥଣ୍ଡା ଭଲ ହୋଇଯାଇଥାଏ ।
ବୈଜ୍ଞାନିକଙ୍କ କହିବାନୁସାରେ, ଯଦି ପିଲାଙ୍କ ପ୍ରାରମ୍ଭିକ ଜୀବନର ଦୁଇବର୍ଷରେ ଜ୍ୱର-ଥଣ୍ଡା ହେଲେ ପାରାସିଟାମଲ ବଟିକା ଦିଆଯାଏ, ତେବେ ୧୮ ବର୍ଷ ଆସୁ ଆସୁ ତାଙ୍କୁ ଅନେକ ରୋଗ ଗ୍ରାସ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
ବୈଜ୍ଞାନିକମାନେ କହିଛନ୍ତି ଯେ, ଯଦି ପିଲାଙ୍କ ପ୍ରାରମ୍ଭିକ ଜୀବନର ଦୁଇବର୍ଷ ମଧ୍ୟରେ ସେମାନଙ୍କୁ ଜ୍ୱର-ଥଣ୍ଡା ହେଲେ ପାରାସିଟାମଲ ବଟିକା ଦିଆଯାଏ ତେବେ ୧୮ ବର୍ଷ ହେବା ମାତ୍ରେ ସେମାନଙ୍କ ମଧ୍ୟରେ ଶ୍ୱାସ ରୋଗ ହେବାର ବିପଦ ବଢ଼ିଯାଏ ।
ପାରାସିଟାମଲ ଖାଇବା ଦ୍ୱାରା ଏହି ରୋଗ ହେବାର ଆଶଙ୍କା ସେମାନଙ୍କ ଠାରେ ଅଧିକ ରହିଥାଏ, ଯେଉଁମାନଙ୍କ ଠାରେ ଜିଏସଟିପି ୧ ଜିନ୍ ଥାଏ ।
କିନ୍ତୁ ଏଭଳି ବି ନୁହେଁ ଯେ, ଜ୍ୱରର ଔଷଧ ଖାଇବା ଦ୍ୱାରା ଲୋକଙ୍କୁ ଶ୍ୱାସ ରୋଗ ହୋଇଯିବ। ବୈଜ୍ଞାନିକମାନେ ଏହି ପରିଣାମର ନିଷ୍କର୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆହୁରି ଗବେଷଣା କରୁଛନ୍ତି।
ଏହି ଗବେଷଣାରେ ୧୮ ବର୍ଷ ଆୟୁ ପର୍ଯ୍ୟନ୍ତର ୬୨୦ ପିଲାଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରେ ସାମିଲ ଥିବା ସମସ୍ତ ପିଲାଙ୍କ ମଧ୍ୟରୁ ଜଣଙ୍କୁ ଶ୍ୱାସ ରୋଗ, ଚର୍ମ ରୋଗ କିମ୍ବା ଅନ୍ୟ ଆଲର୍ଜି ସମ୍ବନ୍ଧିତ ରୋଗ ଥିଲା।