BREAKING: ଅକ୍ଷୟ ତୃତୀୟା, ବାହାଘର ସିଜିନ୍‌ରେ ବଢ଼ୁଛି ସୁନା ଦର… ଆଗକୁ ଆହୁରି ବଢ଼ିବ

ଆଜି ସୁନା ଦର ୯୭ ହଜାର ଟପିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର ୫୪୫ ହୋଇ ସାରିଲାଣି।

ନୂଆଦିଲ୍ଲୀ: କାଲି ଥିଲା ୯୬, ଆଜି ହେଲା ୯୭। ଦିନକୁ ଦିନ ବଢ଼ୁଛି ସୁନାଦର। ଆଗକୁ ଆହୁରି ମଧ୍ୟ ବଢ଼ିବ। ଲକ୍ଷେ ପାର କରିଯିବ ସୁନା ଦର। ଏବେ ସୁନା କିଣିବାକୁ ଲାଗୁଛି ଭୟ।

ଆଗକୁ ଆସୁଛି ଅକ୍ଷୟ ତୃତୀୟା କୁହାଯାଏ ଏହି ଦିନରେ ସୁନା କିଣିଲେ ଲକ୍ଷ୍ମୀଙ୍କ ଆର୍ଶୀବାଦ ରୁହେ ଘରେ ଏହା ସହ ଘର ପାଇଁ ଶୁଭ ମଧ୍ୟ। ହେଲେ ସୁନା ରେଟ୍ ଦେଖି ଏବେ ସୁନା କିଣିବାକୁ ଲୋକେ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି।

ବାହାଘର ସିଜନ୍ ମଧ୍ୟ ଚାଲିଛି ଏହି ସମୟରେ ସାଧାରଣତଃ ସୁନା କିଣା କିଣି କରନ୍ତି ଲୋକେ। ହେଲେ ଏବେ ସୁନା କିଣିବା ସମସ୍ତଙ୍କ ପାଖରେ ସମ୍ଭବ ନୁହେଁ।

ଆମେରିକା-ଚୀନ ଶୁଳ୍କ ଯୁଦ୍ଧ ପ୍ରଭାବରେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଆଜି ସୁନା ଦର ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର ୫୪୫ ହୋଇ ସାରିଲାଣି।

ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୯ ହଜାର ଟପିଛି। ଆମେରିକା- ଚୀନ ବାଣିଜ୍ୟକ ଲଢେଇ ପାଇଁ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ସୁନାର ଦର ଲଗାତାର ବଢ଼ି ଚାଲିଛି।

ବିଶ୍ୱ ବଜାରରେ ଦେଖାଦେଇଥିବା ଶୁଳ୍କ ଅସ୍ଥିରତା ଭିତରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ସୁନା। ଚାହିଦା ବୃଦ୍ଧି ସହ ସୁନାର ଦର ପାଖାପାଖି ୧ ଲକ୍ଷ ହେବାକୁ ବସିଲାଣି।

ଇଣ୍ଡିଆ ବୁଲିୟନ୍ ଏବଂ ଜ୍ୱେଲର୍ସ ସଂଘ ଅନୁସାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ଦାମ ୧୦ ଗ୍ରାମ ପ୍ରତି ୯୭ହଜାର ୩୧୦ ଟଙ୍କା ରହିଛି। ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୮୯ ହଜାର ୨୦୦ ଟଙ୍କା ରହିଛି।

ଆମେରିକା-ଚୀନ ଶୁଳ୍କ ଯୁଦ୍ଧର ପ୍ରଭାବରେ ସୁନା ସହିତ ରୁପାର ଦାମ ବି ଲଗାତାର ବଢ଼ିବାରେ ଲାଗିଛି। ଆଜି(ଗୁରୁବାର) ରୁପାର ମୂଲ୍ୟ କେଜି ପିଛା ୯୮ ହଜାର ୬୦୦ ଟଙ୍କାରେ ପହଞ୍ଚିଛି।

ସୁନା ଏବଂ ରୂପାର ମୂଲ୍ୟରେ ଏହି ବୃଦ୍ଧି କେବଳ ଘରୋଇ ଚାହିଦା ଯୋଗୁଁ ନୁହେଁ, ବରଂ ଏହା ପଛରେ ଅନେକ ଅନ୍ତଃରାଷ୍ଟ୍ରୀୟ କାରଣ ମଧ୍ୟ ରହିଛି।

ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଙ୍ଗ ଅସ୍ଥିରତା ପରିସ୍ଥିତିରେ, ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ବିକଳ୍ପ ଭାବରେ ବିଚାର କରୁଛନ୍ତି।

ଡଲାରର ଦୁର୍ବଳତା ଯୋଗୁଁ ସୁନା ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି।

ଭାରତରେ, ବିବାହ ଋତୁ ଏବଂ ଅକ୍ଷୟ ତୃତୀୟା ଭଳି ପାର୍ବଣ ଋତୁରେ ଚାହିଦା ବୃଦ୍ଧି ପାଇବା ଯୋଗୁଁ ସ୍ଥାନୀୟ ବଜାରରେ ମୂଲ୍ୟ ବୃଦ୍ଧି ପାଇଛି।