BREAKING: ନବଦାସ ହତ୍ୟାକାଣ୍ଡ ମାମଲା, ଗୋପାଳର କଲ୍ ରେକର୍ଡ ହେବ ଯାଞ୍ଚ
ହତ୍ୟାକାଣ୍ଡର ଏକ ରୁ ଦୁଇ ମାସ ମଧ୍ୟରେ ହୋଇଥିଲା କଲର ଯାଞ୍ଚ କରାଯିବ। ଗୋପାଳ କାହା କାହା ସହିତ କଥା ହୋଇଥିଲା ଏହାର ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ।
ଭୁବନେଶ୍ୱର: ନବଦାସ ହତ୍ୟାକାଣ୍ଡ ମାମଲା। ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୋପାଳ ଦାସର ଯାଞ୍ଚ ହେବ ସମସ୍ତ କଲ୍ ରେକର୍ଡ।
ହତ୍ୟାକାଣ୍ଡର ଏକ ରୁ ଦୁଇ ମାସ ମଧ୍ୟରେ ହୋଇଥିଲା କଲର ଯାଞ୍ଚ କରାଯିବ। ଗୋପାଳ କାହା କାହା ସହିତ କଥା ହୋଇଥିଲା ଏହାର ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ।
ନବଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୋପଳ ସହ ଅନ୍ୟ କିଏ ଜଡ଼ିତ ତାର ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ ଅନ୍ୟ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରାଯିବ।
ହତ୍ୟାକାଣ୍ଡ ପୂର୍ବରୁ କାହା କାହା ସହ କଥା ହୋଇଥିଲା ଗୋପାଳ ତାର ତଥ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ।