ଶ୍ରୀନଗର: ଜମ୍ମୁ-କଶ୍ମୀର ପହଲଗମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ସାମିଲ ଥିବା ସୂଚନା ।
ବାଲେଶ୍ୱର ଜିଲ୍ଲା ଈଶାଣୀ ଗାଁର ପ୍ରଶାନ୍ତ ଶତପଥୀ ସ୍ତ୍ରୀ ପ୍ରିୟଦର୍ଶନୀ ଏବଂ ପୁଅ ସହ ଜମ୍ମୁ ବୁଲିବାକୁ ଯାଇଥିଲେ । ବୁଲିବା ସମୟରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜି ସେ ଗୁରୁତର ହୋଇଯାଇଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ବର୍ତ୍ତମାନର ଖବର ଅନୁସାରେ ପ୍ରାଣ ହରାଇଥିବା ୨ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ହୋଇଥିବାବେଳେ ଅନ୍ୟ ଜଣେ ଓଡ଼ିଶାର ବୋଲି ଜଣାପଡ଼ିଛି ।
କର୍ଣ୍ଣାଟକ ଯୁବକଙ୍କ ମୃତଦେହ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସହିତ କଥା ହୋଇଥିବା ଜଣାପଡ଼ିଛି ।
ଅନ୍ୟପଟେ ସ୍ଥିତିର ସମୀକ୍ଷା କରିବା ପାଇଁ ଆଉ ଅଳ୍ପ ସମୟ ମଧ୍ୟରେ ଗୃହ ମନ୍ତ୍ରୀ ଅମିତ ଶାହା ଜମ୍ମୁ-କଶ୍ମୀରରେ ପହଞ୍ଚିବେ ବୋଲି ସୂଚନା ରହିଛି ।