ତୁମର ଯାହା କରିବାର ଅଛି କର… ଭାରତକୁ POK ପ୍ରଧାନମନ୍ତ୍ରୀଙ୍କ ଧମକ; ଏଠି ରକ୍ତ ବୋହିଲେ, ଭାରତକୁ ଆମେ ଛାଡ଼ିବୁନି
ଭାରତକୁ ନାଲି ଆଖି ଦେଲାଇଲା ପାକିସ୍ତାନ । ଆଗୁଆ ଦେଲା ଧମକ ।
କରାଚୀ: ଜମ୍ମୁ-କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଅଧିକ ତିକ୍ତତା ଭରିଦେଇଛି । ଭାରତ ଆତଙ୍କବାଦୀଙ୍କଠାରୁ ବଦଲା ନେବା ପାଇଁ ଭାରତ ଯୋଜନା କରୁଥିବାବେଳେ ପାକିସ୍ତାନ ନେତା ଧମକ ଦେବା ଆରମ୍ଭ କରିଛନ୍ତି ।
ପାକିସ୍ତାନ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ଏ ନେଇ ମୁହଁ ଖୋଲିଛନ୍ତି । ଭାରତକୁ ଧମକ ଦେଇ ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନବାରୁଲ ହକ୍ କହିଛନ୍ତି, ମୁଁ ସଫା ସଫା କହିଦେଉଛି; ଯଦି ରକ୍ତ ବୁହାଇବାକୁ ପଡ଼େ ଆମେ କେବେ ପଛକୁ ହଟିବୁନି, ଯଦି ତୁମେ ବେଲୁଚିସ୍ତାନରେ ରକ୍ତ ଝରେଇବ ତେବେ ଏହାର ମୂଲ୍ୟ ।ଭରତକୁ ଦିଲ୍ଲୀଠାରୁ କା୍ମୀର ପର୍ଯ୍ୟନ୍ତ ଦେବାକୁ ପଡ଼ିବ ।
ଆଗରୁ ପିଓକେ ଲଢ଼ୁଆମାନେ ଏମିତି ଆକ୍ରମଣ କରିଛନ୍ତି, ଆଗକୁ ମଧ୍ୟ ଏପ୍ରକାର ଆକ୍ରମଣ ଜାରି ରହିବ । ତୁମର ଯାହା କରିବାର ଅଛି କରିନିଅ ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ବ୍ୟବସାୟ ଶେଷ କରିବାର ବଡ଼ ଘୋଷଣା କରିଛି । ଭାରତର ଧମକ ଓ କାର୍ଯ୍ୟରେ ପାକିସ୍ତାନ ନାକେଦମ ହୋଇଯାଇଥିବାବେଳେ ଶେହବାଜ ଶରିଫ ଏବେ ଚିନ୍ତାରେ ।