କ୍ରିକେଟ୍ ଖେଳରେ ଗଣ୍ଡଗୋଳ, ପିଟିପିଟି ମାରିଦେଲେ ୨୫ ଜଣ
ପଡ଼ିଆ ମଝିରେ ଜଣକ ଉପରେ ଗୋଷ୍ଠୀ ଆକ୍ରମଣ କଲେ ୨୫ ଜଣ। ଆଉ ଖେଳ ମଝିରେ ପିଟିପିଟି ହତ୍ୟା କଲେ। ପରେ ଶବକୁ ନେଇ ଫୋପାଡ଼ି ଦେଲେ।
କର୍ଣ୍ଣାଟକ: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ଘଟଣା। କ୍ରିକେଟ୍ ମ୍ୟାଚରେ ଦେଖାଦେଲା ବିବାଦ। ଆଉ ବିବାଦ ଏତେବାଟ ବଢ଼ିଗଲା ଯେ, ଦେଖାଦେଲା ଗୋଷ୍ଠୀ ଆକ୍ରମଣ। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ପଡ଼ିଆ ଭିତରେ ପିଟିପିଟି ମାରିଦେଇଛନ୍ତି ପାଖାପାଖି ୨୫ ଜଣ।
ଏହି ଘଟଣା ଜଣା ପଡିବା ପରେ ପୋଲିସ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହେଲେ ଏବେବି ଆହୁରି ୧୦ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ଏପରିକି ହତ୍ୟା କରି ଯୁବକଙ୍କ ମୃତଦେହକୁ ମନ୍ଦିର ପାଖରେ ଫୋପାଡି ଦେଇଥିଲେ ହତ୍ୟାକାରୀ।
କ୍ରିକେଟ୍ ଖେଳରୁ ହତ୍ୟାକାଣ୍ଡ: ଘଟଣାଟି ୨୭ ଏପ୍ରିଲ ଦିନ ଅପରାହ୍ନ ୩ଟାରେ ଘଟିଥିଲା। ଆଉ ଏହି ହତ୍ୟାକାଣ୍ଡଟି କର୍ଣ୍ଣାଟକର ମାଙ୍ଗାଲୁରୁରୁ ହୋଇଥିବା ଜଣାପଡିଛି। ଏମିତିରେ ପ୍ରାୟ ଖେଳ ସମୟରେ ଉଭୟ ପକ୍ଷର ଖେଳାଳିଙ୍କ ମଧ୍ୟରେ ମତ ମନାନ୍ତର ହୋଇଥାଏ।
ହେଲେ ଏଠି ସାମାନ୍ୟ କ୍ରିକେଟ୍ ଖେଳରୁ ହତ୍ୟାକାଣ୍ଡ ଘଟିଛି। କ୍ରିକେଟ୍ ଖେଳୁଥିବା ସମୟରେ ଏକ ବିବାଦ ହୋଇଥିଲା, ଯାହା ପରେ କଥାଟି ହାତାହାତି ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।
ଶେଷରେ ଜଣେ ଖେଳାଳିଙ୍କ ଉପରେ ଗୋଷ୍ଠୀ ଆକ୍ରମଣ ଆରମ୍ଭ ହୋଇଥିଲା। ଆଉ ପାଖାପାଖି ୨୫ ଜଣ ଲୋକ ପଡିଆ ମଝିରେ ଜଣେ ଲୋକଙ୍କୁ ପିଟିପିଟି ହତ୍ୟା କରିଥିଲେ। ଆଉ ହତ୍ୟା କରିବା ପରେ ପାଖ ମନ୍ଦିର ନିକଟରେ ମୃତଦେହ ଫୋପାଡି ଦେଇଥିଲେ।
ଅଜଣା ବ୍ୟକ୍ତି: ଆଉ ମନ୍ଦିର ନିକଟରେ ମୃତଦେହ ପଡିଥିବାର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଆଉ ବ୍ୟବଚ୍ଛେଦ ରିପୋର୍ଟରେ ଜଣା ପଡିଲା କି ମୃତ୍ୟୁର କାରଣ ଆଘାତ ଏବଂ ରକ୍ତସ୍ରାବ। ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ୧୫ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଅନ୍ୟ ଲୋକଙ୍କୁ ଖୋଜା ଚାଲିଛି।