ହିଡମା, ଦେବା ଭଳି ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଧରାପଡିବେ, ଯବାନ କବଜା କଲେ କାରେଗୁଟ୍ଟା ପାହାଡ

ରାୟପୁର: ଯବାନଙ୍କୁ ମିଳିଲା ବଡ଼ ସଫଳତା । ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା ।

ମାଓବାଦୀଙ୍କ ଗଡ଼ ବୋଲାଉଥିବା କାରେଗୁଟ୍ଟା ଜଙ୍ଗଲ ଏବେ ଯବାନଙ୍କ ଅକ୍ତିଆରରେ । ଏ ନେଇ ଯବାନଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି ।

ଯେଉଁଥିରେ ଜଣେ ଅଧିକାରୀ କାରେଗୁଟ୍ଟା ପାହାଡ଼ରେ ତ୍ରିରଙ୍ଗା ଧରି ଦୌଡ଼ୁଥିବାର ନଜରକୁ ଆସିଛି ।

ଯବାନଙ୍କ ମାଓମୁକ୍ତ ଅଭିଯାନ ପ୍ରାୟ ୯ ଦିନ ଧରି ଚାଲଥିଲା । ପାହାଡ଼ରେ ୨୦୦୦ ମାଓବାଦୀ ଆଡ଼ା କରିଥିବାବେଳେ ଏମାନଙ୍କୁ ହଟାଇବା ପାଇଁ ୧୦ ହଜାରରୁ ଅଧିକ ଜବାନ ନିୟୋଜିତ ହୋଇଥିଲେ ।

କାରେଗୁଟ୍ଟା ପାହାଡରେ ହିଡମା, ଦେବା , ଦାମୋଦର ଏବଂ ଆଜାଦ ଭଳି ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଲୁଚି ରହିଥିବା କୁହାଯାଉଛି । ପାହାଡ଼ କବଜା କରିବା ପରେ ସେମାନଙ୍କୁ ଧରିବା ସହଜ ହେବ ବୋଲି କୁହାଯାଉଛି ।

ଛତିଶଗଡ଼-ତେଲଙ୍ଗାନା ସୀମାରେ ୫ ହଜାର ଫୁଟର କାରେଗୁଟ୍ଟା ପାହାଡ ଅବସ୍ଥିତ । ଯବାନଙ୍କ ଦ୍ୱାରା ଏହି ଅପରେଶନର ନାଁ ଦିଆଯାଇଥିଲା ଅପରେଶନ୍ ସଂକଳ୍ପ ।