ଟ୍ରାକ୍ଟର ଚକା ତଳେ ଦୁଇ ସାଙ୍ଗଙ୍କ ଜୀବନ ଗଲା
ଗାଡ଼ିରୁ ଡ଼େଇଁ ପଡିଲା ଡ୍ରାଇଭର। ଚକା ତଳେ ଚାପି ହୋଇଗଲା ଦୁଇ ସାଙ୍ଗଙ୍କ ମୁଣ୍ଡ।
ବାଲେଶ୍ୱର: ସାଙ୍ଗ ହୋଇ ହାତ ଧରାଧରି ହୋଇ ଘରୁ ବାହାରିଥିଲେ ୨ ସାଙ୍ଗ। ହେଲେ ବାଟରେ ଜଗି ବସିଥିଲା ଯମ। ମନ ଖୁସିରେ ଦୁଇ ସାଙ୍ଗ ଟ୍ରାକ୍ଟର ଉପରେ ବସି ବିଲକୁ ଯାଉଥିଲେ। ହେଲେ ସେହି ଟ୍ରାକ୍ଟର ଚକା ତଳେ ସେମାନଙ୍କ ଜୀବନ ଚାଲିଗଲା।
ଘଟଣାଟି ହେଉଛି ବାଲେଶ୍ୱର ଗୋପାଳପୁର ଥାନା ତାଳକୁରୁଣିଆ ଗାଁର। ସନ୍ଧ୍ୟାବେଳେ ଦୁଇ ସାଙ୍ଗ ବିଲକୁ ଧାନ ଆଣିବାକୁ ଏକ ଟ୍ରାକ୍ଟରରେ ବସି ଯାଉଥିଲେ। ଟ୍ରାକ୍ଟରଟି ରାସ୍ତାରୁ ବିଲକୁ ଓହ୍ଲାଇବା ବେଳେ ଓଲଟି ପଡିଥିଲା। ଡ୍ରାଇଭର ଜଣଙ୍କ ଉପସ୍ଥିତ ବୁଦ୍ଧି ଲଗାଇ ଗାଡିରୁ ଡେଇଁ ପଡିଥିଲା।
ହେଲେ ଉକ୍ତ ଗାଁର ଶାସିକାନ୍ତ ମଳିକଙ୍କ ପୁଅ ସତ୍ୟଜିତ ମଳିକ (୨୦) ଓ ଦିଲୀପ ପାଣିଗ୍ରାହୀଙ୍କ ପୁଅ ଦିନେଶ ପାଣିଗ୍ରାହୀ (୧୮)ଙ୍କ ପୁଅ ସେହି ଟ୍ରାକ୍ଟର ଚକା ତଳେ ଚାପି ହୋଇଯାଇଥିଲେ।
ପରେ ବୋହୁତ କଷ୍ଟରେ ସ୍ଥାନୀୟ ଲୋକ ଦୁଇ ସାଙ୍ଗଙ୍କୁ ଚକା ତଳୁ ବୋହୁତ କଷ୍ଟରେ ବାହାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଯାହାପରେ ଗାଁରେ ଶୋକର ଛାୟା ଖେଳିଯାଇଛି।