ହାଇଦ୍ରାବାଦ୍: ମୁମ୍ବାଇ ନ୍ୟାଶନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଛି ୬ ଜୀବନ । ମୃତକଙ୍କ ମଧ୍ୟରେ ୫ ମେଡିକାଲ ଛାତ୍ର ସାମିଲ ।
ନେଲୋରେ ଜିଲ୍ଲା କୋଭୁର ମଣ୍ଡଳରେ ଘଟିଛି ଏହି ଦୁର୍ଘଟଣା । କାରରେ ୬ ଜଣ ଯାଉଥିବାବେଳେ ହଠାତ୍ ନିୟନ୍ତ୍ରଣ ହରାଇ କାରଟି ଏକ ଘର ଉପରେ ମାଡ଼ିଯାଇଥିଲା ।
ଦୁର୍ଘଟଣାରେ ଘର ମାଲିକ (୫୦)ଭେଙ୍କଟ ରାମନାହଙ୍କ ମୃତ୍ୟୁ ଘଟିଛି । ମୃତ ମେଡିକାଲ ଛାତ୍ରମାନେ ନାରାୟଣ ମେଡିକାଲ କଲେଜର ଛାତ୍ର ବୋଲି ଜଣାପଡ଼ିଛି ।