ମାଟ୍ରିକ୍ ପାସ୍‌ହାର: ଗଜପତି ଜିଲ୍ଲା ୧-ନଂ, ସବାତଳେ କୋରାପୁଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ରେଜଲ୍ଟ ପୁସ୍ତକ ଉନ୍ମୋଚନ କରିଛନ୍ତି । ତେବେ ଚଳିତ ବର୍ଷ ପାସ୍ ହାର ୯୪.୯୩% ଥିଲାବେଳେ, ୧୭ ହଜାର ୩୮୪ ଜଣ ଫେଲ୍ ହୋଇଛନ୍ତି ।

ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍‌ହାର ଅଧିକ ରହିଛି । ଚଳିତ ବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ପୁଅ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

ପୁଅଙ୍କ ପାସ୍‌ହାର ୯୪% ଓ ଝିଅଙ୍କ ପାସହାର ୯୬% ରହିଛି । ଏଥିସହ ଗଜପତି ଜିଲ୍ଲାରେ ପାସହାର ସର୍ବାଧିକ ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ପାସ୍‌ହାର ରହିଛି ।

ଗଜପତି ଜିଲ୍ଲାରେ ପାସହାର ୯୯.୩୫% ରହିଛି । କୋରାପୁଟରେ ସର୍ବନିମ୍ନ ପାସହାର ୯୨.୮୩% ରହିଛି ।