ଦୀଘା ମନ୍ଦିର ପ୍ରତିଷ୍ଠା ପରେ ତେଜୁଛି ବିବାଦ, କିଏ କରୁଛି ପୁରୀ ଜଗନ୍ନାଥ ଧାମକୁ ବଦନାମ?
ପୁରୀ ଜଗନ୍ନାଥ ମନ୍ଦିର ବିରୋଧରେ ହେଉଛି କି ବଡ଼ ଷଡ଼ଯନ୍ତ୍ର?
ପୁରୀ: ପୁରୀ ଜଗନ୍ନାଥ ମନ୍ଦିର ବିରୋଧରେ ହେଉଛି କି ବଡ଼ ଷଡ଼ଯନ୍ତ୍ର। ପୁରୀକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଭାଇରାଲ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା। କିଏ ଓ କାହିଁକି ବଦନାମ୍ କରିବାକୁ ଚାହୁଁଚି ଶ୍ରୀକ୍ଷେତ୍ରକୁ?
ହଁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ। ଯେଉଁଥିରେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ସେହିପରି ଏବେ ଏକ ସୋସିଆଲ ମିଡିଆ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରାଯାଉଛି।
ବେଙ୍ଗଲ ଓ୍ୱାରିଅର ନାମକ କେହି ବ୍ୟକ୍ତି ‘x’ ରେ ବିଭ୍ରାନ୍ତିକର ପୋଷ୍ଟ କରୁଛନ୍ତି। ଯେଉଁଥିରେ ଲେଖାଅଛି, “ବୟକଟ ଓଡ଼ିଶା ଏବଂ ବେଙ୍ଗଲୀ ବୟକଟ୍ ପୁରୀ ଟୁରିଜିମ୍”। ଏଭଳି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପୋଷ୍ଟ ଲକ୍ଷ ଲକ୍ଷ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ନାପସନ୍ଦ ହୋଇଛି।
କିଛି ନ୍ୟସ୍ତ ସ୍ୱାର୍ଥ ଲୋକେ ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି। ଏହାରି ଭିତରେ ଏପରି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଯାହାକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି।
ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି। ଶ୍ରୀକ୍ଷେତ୍ର ପୁରୀର ଗୌରବ ହାନି ହେଲା ଭଳି ଅପଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହୋଇଛି। ତେବେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରୁଛି କିଏ? କେବେ ହେବ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସେନେଇ ପ୍ରଶ୍ନ ଉଠିଛି?