ପେଟ୍ରୋଲ ଟାଙ୍କି ଗଲେ ନେଇକି ଯାଆନ୍ତୁ Cash, ମେ’ ୧୦ ତାରିଖଠାରୁ ହେବନି ଅନଲାଇନ ପେମେଣ୍ଟ, ଜାଣନ୍ତୁ

ପେଟ୍ରୋଲ ଟାଙ୍କିରେ ହେବନି ଅନଲାଇନ ପେମେଣ୍ଟ, ଜାଣନ୍ତୁ

ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରେ ସ୍ୱୀକାର କରାଯିବନି ଡିଜିଟାଲ ପେମେଣ୍ଟ। ପେଟ୍ରୋଲିୟମ ଆସୋସିଏସମ ଏହି ନିଷ୍ପତ୍ତି ଗ୍ରହଣ କରିଛି। ନେସନାଲ ସାଇବର କ୍ରାଇମ ପୋର୍ଟାଲ ଏକ ପେଟ୍ରୋଲ ପମ୍ପ ମାଲିକଙ୍କର ଖାତା ବ୍ଲକ କରିଦେଇଛି। ଆଜ୍ଞା ହଁ ଏହି ଘଟଣାଟି ମହାରାଷ୍ଟର ନାଗପୁର ପେଟ୍ରୋଲ ପମ୍ପର ଅଟେ।

ପେଟ୍ରୋଲ ପମ୍ପ ମାଲିକଙ୍କ ବ୍ୟାଙ୍କ ଖାତାରେ ସାଇବର କ୍ରିମିନାଲ ଫ୍ରଡ ଟ୍ରାଞ୍ଜାକ୍ସନ କରିଥିଲେ। ଆକାଉଣ୍ଟ ବ୍ଲକ ହେବା ପରେ ମାଲିକ ଅନଲାଇନ ପେମେଣ୍ଟ ସ୍ୱୀକାର ନ କରିବାର ନିଷ୍ପତ୍ତି ନେଇଛନ୍ତି।

୧୦ ମେ ରେ ନାଗପୁର ପେଟ୍ରୋଲ ପମ୍ପରେ ଡିଜିଟାଲ ପେମେଣ୍ଟ ହେବ ନାହିଁ। ଆପଣଙ୍କୁ ଯଦି ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ହୁଏ, ତେବେ କ୍ୟାଶ ନେଇ ଯାଆନ୍ତୁ।

ସଂପୃକ୍ତ ପେଟ୍ରୋଲ ପମ୍ପ ଡିଲର ଆସୋସିଏସନର ଅଧ୍ୟକ୍ଷ ଅମିତ ଗୁପ୍ତା କହିଛନ୍ତି ଯେ, ଆମେ ଏହି ନିଷ୍ପତ୍ତି ଗ୍ରହଣ କରିଛୁ ଯେ, ମେ’ ୧୦ ତାରିଖ ପରଠାରୁ ଏହି ଟାଙ୍କିରେ ଡିଜିଟାଲ ପେମେଣ୍ଟ ସ୍ୱୀକାର କରାଯିବ ନାହିଁ।