ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା, ମଧ୍ୟସ୍ଥତା ପ୍ରସ୍ତାବ ଦେଲେ ଟ୍ରମ୍ପ

ମଧ୍ୟସ୍ଥତା ପ୍ରସ୍ତାବ ଦେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସାରା ଦୁନିଆକୁ ଦେଖାଇଛି ଭାରତର ଶକ୍ତି। ବର୍ତ୍ତମାନ ଭାରତ ଏବଂ ପାକିସ୍ତାନର ସ୍ଥିତିକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି।

ପରସ୍ପରକୁ ଆକ୍ରମଣ ବନ୍ଦ କରିବାକୁ କହିଲେ ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି। ଶାନ୍ତି ମଧ୍ୟରେ ବିବାଦର ସମାଧାନ ପାଇଁ ଭାରତ-ପାକିସ୍ତାନକୁ ଅପିଲ। ଆବଶ୍ୟକ ପଡ଼ିଲେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବେ ବୋଲି କହିଲେ ଟ୍ରମ୍ପ।

ସେ ଆହୁରି କହିଛନ୍ତି ଯେ, ଉଭୟ ଦେଶକୁ ମୁଁ ଭଲଭାବେ ଜାଣିଛି। ଦୁଇ ଦେଶ ସହ ଆମର ଭଲ ସଂପର୍କ ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଯାହା ସହଯୋଗ ଆବଶ୍ୟକ କରିବି।