ଭୁବନେଶ୍ବର ବିମାନ ବନ୍ଦରରେ ସନ୍ଦିଗ୍ଧ ବ୍ୟାଗ୍, କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ବ୍ୟାଗକୁ ନେଇ ଚର୍ଚ୍ଚା ।

ଭୁବନେଶ୍ବର: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ଭିତରେ ବର୍ତ୍ତମାନ ଏୟାରପୋର୍ଟରୁ ସନ୍ଦିଗ୍ଧ ଲେଡିଜ୍‌ ବ୍ୟାଗ୍ ଜବତ କଲା CISF ।

ଏୟାରପୋର୍ଟ ଲଗେଜ ଟ୍ରଲିରେ ଥିଲା ବ୍ୟାଗ୍ ଯାଞ୍ଚ ପରେ ବ୍ୟାଗ ଜବତ କଲେ CISF ଯବାନ । ତେବେ ବ୍ୟାଗ କିଏ ଛାଡ଼ିଛି ସିସିଟିଭି ଆଧାରରେ ଯାଞ୍ଚ ବ୍ୟାଗକୁ ଡଗ ସ୍କ୍ୱାର୍ଡ ଓ ବମ ସ୍କ୍ୱାର୍ଡ ର ଯାଞ୍ଚ ଜାରି ରହିଛି ।

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଏହାରି ଭିତରେ ବ୍ୟାଗ ମିଳିବା ଏକ ପ୍ରକାର ସନ୍ଦେହ ସୃଷ୍ଟି କରିଛି ।

ଭୁବନେଶ୍ବର ବିମାନ ବନ୍ଦରରେ ଯାଞ୍ଚକୁ କଡ଼ାକଡି କରାଯାଇଛି । ଚ୍ୟାକିଂ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଭୁବନେଶ୍ୱରରୁ ପାଟଣା ଫ୍ଲାଇଟ ବାତିଲ ହୋଇଛି ।

ଦେଶର ଅନେକ ଏୟାରପୋର୍ଟରେ ଖାଁ ଖାଁ ରହିଥିବା ବେଳେ ସନ୍ଧାନୀ କୁକୁର ସାହାଯ୍ୟରେ ତନତନ୍ କରି ଯାଞ୍ଚ କରାଯାଉଛି  ।