ଆଜି ଅପରାହ୍ନ ସାଢ଼େ ୨ଟାରେ DGMOଙ୍କ ପ୍ରେସମିଟ୍‌, ଅପରେସନ ସିନ୍ଦୂରକୁ ନେଇ ଦେବେ ଅଧିକ ସୂଚନା

ଆଜି ସାଢେ ୨ଟାରେ ଡିଜିଏମଓଙ୍କ ପ୍ରେସମିଟ୍‌

ନୂଆଦିଲ୍ଲୀ: ଆଜି ଅପରାହ୍ନ ସାଢ଼େ୨ଟାରେ ଡିଜିଏମଓଙ୍କର ବସିବ ପ୍ରେସମିଟ। ଏହି ପ୍ରେସମିଟରେ ଅପରେସନ ସିନ୍ଦୂରକୁ ନେଇ ଦେବେ ଅଧିକ ସୂଚନା। ୩ ସେନା ପକ୍ଷରୁ ପ୍ରେସମିଟରେ ଦିଆଯିବ ଅଧିକ ସୂଚନା।

ଗତକାଲି ଅପରେସନ୍‌ ସିନ୍ଦୂରକୁ ନେଇ ତିନି ସେନାର ପ୍ରେସ୍‌ମିଟ୍‌ କରିଥିଲେ। ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସେ ସବିଶେଷ ସୂଚନା ଦେଇଥିଲେ । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍‌ କରିଥିଲେ।

ଏହି ପ୍ରେସମିଟରେ ସେ ସୂଚନା ଦେଇଥିଲେ ଯେ, ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି। କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ନିପାତ ହୋଇଛନ୍ତି ।

କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ ବୋଲି ସେ କହିଥିଲେ । ୩୫ରୁ ୪୦ ପାକ୍ ସେନା ମରିଛନ୍ତି ବୋଲି କହିଥିଲେ DGMO । ମେ ୭ରୁ ୧୦ ମଧ୍ୟରେ ଅପରେସନରେ ମରିଛନ୍ତି ବୋଲି ସେ କହିଥିଲେ।