ନୂଆଦିଲ୍ଲୀ: ସବୁ ଚର୍ଚ୍ଚା-ଆଲୋଚନାର ଅନ୍ତ ଘଟିଲା। ଟେଷ୍ଟ ମ୍ୟାଚରୁ ଅବସର ନେଲେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି। କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା, ବର୍ତ୍ତମାନ ବିରାଟଙ୍କ ଅବସର ନେବା କଥା ସାମ୍ନାକୁ ଆସିଛି। ବିରାଟ ଅବସର ନେୁଛନ୍ତି ବୋଲି ଇନଷ୍ଟାଗ୍ରାମରେ ଜଣାଇଛନ୍ତି।
ରୋହିତଙ୍କ ଅବସରର ପାଞ୍ଚ ଦିନ ପରେ, ବିରାଟ କୋହଲି ମଧ୍ୟ କ୍ରିକେଟର ସବୁଠାରୁ ପୁରୁଣା ଫର୍ମାଟକୁ ବିଦାୟ ଦେଇଛନ୍ତି। ଏହିପରି, ଷ୍ଟାର ବ୍ୟାଟସମ୍ୟାନଙ୍କ ୧୪ ବର୍ଷର ଲମ୍ବା ଯୁଗର ଅନ୍ତ ଘଟିଛି।
ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ବାଗି ବ୍ଲୁ ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ତାଙ୍କୁ କେତେ ଦୂର ଯାତ୍ରାରେ ନେଇଯିବ ତାହା ସେ କେବେ କଳ୍ପନା କରିନଥିଲେ। ଏହା ତାଙ୍କୁ ପରୀକ୍ଷା କରିଥିଲା, ତାଙ୍କୁ ଗଢିଥିଲା ଏବଂ ତାଙ୍କୁ ଏପରି ଶିକ୍ଷା ଦେଇଥିଲା ଯାହା ସେ ତାଙ୍କ ଜୀବନର ବାକି ସମୟ ପାଇଁ ନିଜ ସହିତ ବହନ କରିବେ।
ସେ ଆହୁରି ଲେଖିଛନ୍ତି – ଧଳା ପୋଷାକ ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ ଯାହାକୁ କେହି ଦେଖି ନାହାନ୍ତି, କିନ୍ତୁ ସେଗୁଡ଼ିକ ସବୁଦିନ ପାଇଁ ନିଜ ସହିତ ରହିଥାଏ। ମୁଁ ଏହି ଫର୍ମାଟରୁ ଦୂରେଇ ଯିବା ସହଜ ନୁହେଁ – କିନ୍ତୁ ଏହା ଠିକ୍ ଲାଗୁଛି। ସେ ଏହାକୁ ନିଜର ସର୍ବସ୍ୱ ଦେଇଛନ୍ତି, ଏବଂ ଏହା ତାଙ୍କୁ ନିଜ ଆଶାଠାରୁ ଅଧିକ ଦେଇଛି।
View this post on Instagram