ଏହି ଲୋକଙ୍କ ପାଇଁ ରାମବାଣ ପରି କାମ ଦିଏ ଅଳସି ମଞ୍ଜି, ଜାଣନ୍ତୁ ଏହାର ଫାଇଦା
ଏହି ମଞ୍ଜି ଖାଇଲେ ହୀରା ଭଳି ଚମକି ଉଠିବ ତ୍ୱଚା, ଜାଣନ୍ତୁ
ଓଡିଶା ଭାସ୍କର: ଏହି ମଞ୍ଜିର ନାଁ ହେଉଛି ଅଳସି ମଞ୍ଜି। ଯାହାକୁ ସୁପର୍ ଫୁଡ୍ ବୋଲି କୁହାଯାଇଥାଏ। ଏଥିରେ ଅନେକ ପ୍ରକାରର ପୁଷ୍ଟିକର ତତ୍ତ୍ଵ ରହିଛି ଯାହା ଆମ ସ୍ବାସ୍ଥ୍ୟ ନିମନ୍ତେ ବେଶ୍ ଉପକୃତ।
ଏଥିରେ ରହିଛି ଓମେଗା -3 ଫ୍ୟାଟି ଏସିଡ ଏବଂ ଫାଇବର। ଯାହା ହାର୍ଟ ପାଇଁ ବେଶ୍ ଲାଭଦାୟକ। ଏହା ଆମର ପାଚନ ପ୍ରଣାଳୀକୁ ଉନ୍ନତ କରିଥାଏ। ଏହି ମଞ୍ଜି କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବା ସହିତ ଅନ୍ତନଳୀକୁ ସଫା କରିଥାଏ। ଏହି ମଞ୍ଜିରେ ଲିଗ୍ନାନ ନାମକ ଏକ ଯୌଗିକ ଅଛି ଯାହା ଆମର ହରମୋନକୁ ସନ୍ତୁଳିତ କରିଥାଏ। ଏବଂ କ୍ୟାନ୍ସର ଭଳି ବିପଦଜନକ ରୋଗରୁ ଆମକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ।
ଏହି ମଞ୍ଜି ସୁଗାରକୁ କଣ୍ଟ୍ରୋଲ କରିଥାଏ। ଏଥିରେ ଥିବା ଫାଇବର ଇନସ୍ୟୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରେ , ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ ଭଲ।ଏଥିରେ ଥିବା ଓମେଗା 3 ଫ୍ୟାଟି ଏସିଡ ମେଟାବୋଲିଜିମ କୁ ବୃଦ୍ଧି କରେ । ଯାହାଦ୍ବାରା ବହୁତ୍ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଏବଂ ଏହା ଓଜନକୁ ନିୟନ୍ତ୍ରଣରେ ରଖେ। ଏହା ଚର୍ମକୁ ଉଜ୍ଜ୍ୱଳ ଏବଂ କେଶକୁ ମଜବୁତ୍ କରିବାରେ ସାହାଯ୍ୟ କରେ। ଏହାକୁ କଞ୍ଚା ନଖାଇ କମ୍ ଆଞ୍ଚରେ ପୋଡ଼ିବା ପରେ ହିଁ ଖାଇବା ଉଚିତ୍। ନଚେତ ଏହାକୁ ରାତିସାରା ପାଣିରେ ଭିଯାଇ ସକାଳେ ଖାଇବା ଉଚିତ୍।