ଦିନରେ ତାତିବ ରାତିରେ ବର୍ଷିବ,18 ଜିଲ୍ଲାକୁ ଘଡ଼ଘଡ଼ି ନେଇ ସତର୍କ ସୂଚନା
ଆଗାମୀ ଦିନରେ ତାପମାତ୍ରା ଆହୁରି 3 ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଭୁବନେଶ୍ବର: ଗତ କିଛି ଦିନ ହେବ ନିଦ ହଜାଇଲାଣି ତାତି । ତାପମାତ୍ରା ବଢ଼ିବା ସାଙ୍ଗକୁ ଗୁଳୁଗୁଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ, ଅନେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି ।
ତେବେ ଦିନରେ ଗୁଳୁଗୁଳି ସାଙ୍ଗକୁ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
ଆଜି ପାଇଁ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ଚିଟିଲାଗଡ଼, ବୌଦ୍ଧ ଏବଂ ସମ୍ବଲପୁରରେ ଦିନ ତାପମାତ୍ରା 43 ଡିଗ୍ରୀ ଉପରେ ଛୁଇଁପାରେ ।
ଗଞ୍ଜାମ ଏବଂ ଗଜପତି ମଧ୍ୟ ବାଦ୍ ପଡିବ ନାହିଁ । ସେହି ସ୍ଥାନରେ ମଧ୍ୟ ପ୍ରବଳ ଗୁଳୁଗୁଳି ହେବା ନେଇ କୁହାଯାଇଛି । ସେହିପରି ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ଗଞ୍ଜାମରେ ବର୍ଷା ହେବା ସହିତ 50 କିଲୋମିଟର ବେଗରେ ପବନ ଆସିବା ନେଇ ଆକଳନ କରାଯାଇଛି ।