(Video) ମାଗିଖିଆ ପାକିସ୍ତାନ: ଭିକ ମାଗି ମାଗି ପାକିସ୍ତାନ ଏବେ ସବୁଠୁ ଆଗରେ
ପାକିସ୍ତାନକୁ କଟାକ୍ଷ କଲେ ପ୍ରତିରକ୍ଷା ମନ୍ତ୍ରୀ । ବୀର ଯବାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ।
ଶ୍ରୀନଗର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି । ସେନାଙ୍କୁ ଶିବିରରେ ଯବାନମାନଙ୍କୁ ଭେଟି ରାଜନାଥ ଭାଷଣ ଦେଇଥିଲେ । ଏ ଅବସରରେ କେନ୍ଦ୍ରମନ୍ତନ୍ତ୍ରୀ ପାକିସ୍ତାନର ଆର୍ଥୀକ ସ୍ଥିତିକୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି ।
ଆମର ସହଯୋଗ: ଇଣ୍ଟରନ୍ୟାଶନାଲ ମନିଟାରି ଫଣ୍ଡ(ଆଇଏମଏଫ୍)ରୁ ପାକିସ୍ତାନ ଆଣିଥିବା ଋଣ ସଂକ୍ରାନ୍ତରେ ରାଜନାଥ କହିଛନ୍ତି, ପାକିସ୍ତାନ ବିଷୟରେ ମୁଁ କ’ଣ କହିବି; ଭିକ ମାଗି ମାଗି ସେହି ଦେଶ ଏବେ ଏମିତି ସ୍ଥିତିରେ ପହଞ୍ଚିଛି, ପାକିସ୍ତାନ ଯେଉଁଠାରେ ଛିଡ଼ା ହେବ ଭିକାରିଙ୍କର ଲମ୍ବା ଲାଇନ୍ ସେହିଠାରୁ ଆରମ୍ଭ ହେବ ।
ଆଇଏମଏଫ ଗରିବ ରାଷ୍ଟ୍ରଗୁଡ଼ିକୁ ସାହାଯ୍ୟ କରିବାର କାମ କରୁଥିବାବେଳେ ଭାରତ ତରଫରୁ ଆଇଏମଏଫକୁ ସହଯୋଗ ରହିଥିବା ରାଜନାଥ କହିଛନ୍ତି ।
ଆତଙ୍କୀ ଅଡ୍ଡା ଧ୍ୱସ୍ତ: ସୀମା ନିକଟରେ ଆତଙ୍କୀ ଅଡ୍ଡା ଉପରେ ଭାରତୀୟ ସେନା ମେ’ ୬ ତାରିଖ ବିଳମ୍ବିତ ରାତିରେ ଷ୍ଟ୍ରାଇକ୍ କରିବା ପରେ ମେ’ ୮,୯ ଏବଂ ୧୦ ତାରିଖରେ ପାକିସ୍ତାନ ଭାରତୀୟ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଥିଲା ।
ଭାରତୀୟ ସେନା ପାକିସ୍ତାନର ୮ ଆତଙ୍କୀ ଅଡ୍ଡା ଉପରକୁ ମିଶାଇଲ ମାଡ଼ କରି ଧ୍ୱସ୍ତ କରିଦିଆଗଲା । ଏହାପରେ ୧୦ ତାରିଖ ଅପରାହ୍ନରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିଥିଲା । ଏ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇଥିଲା ।
“Wherever Pakistan stands, the line of beggars starts from there.”
~ Rajnath Singh, India’s Defence Minister pic.twitter.com/DvgLYg6I3a
— Incognito (@Incognito_qfs) May 15, 2025