ନିଶା ଚଢିଲେ ମୁଣ୍ଡକୁ, କାମ ଦେବନି ଲେମ୍ବୁପାଣି

ଆପଣେଇବାକୁ ପଡିବ ଏହି ସବୁ ଉପାୟ

ଓଡିଶା ଭାସ୍କର: ଆପଣ ସବୁବେଳେ ଦେଖିଥିବେ କି ଯେତେବେଳେ କେହି ମଦ ନିଶାରେ ଥାନ୍ତି ସେତେବେଳେ ତାଙ୍କୁ ନିଶାରୁ ବାହାର କରିବା ପାଇଁ ଲେମ୍ବୁ ପାଣି ପିଇବାକୁ ଦିଆଯାଇଥାଏ। କଣ ସତରେ ଲେମ୍ବୁ ପାଣି ପିଇବା ଦ୍ୱାରା ନିଶାରୁ ମୁକ୍ତି ମିଳିଥାଏ?

ଆସନ୍ତୁ ଜାଣିବା ଏସବୁ କେତେ ସତ କେତେ ମିଛ:
ଯେତେବେଳେ କିଛି ପାର୍ଟି କିମ୍ବା ଫଙ୍କସନ ହୋଇଥାଏ ସେତେବେଳେ ଜରୁରୀ ଠାରୁ ଅଧିକ ମଦ ଲୋକମାନେ ପିଇଦେଇଥାନ୍ତି। ଯାହାଦ୍ୱାରା ସେମାନଙ୍କର ବାନ୍ତି ହୋଇଥାଏ । ଠିଆ ହେବା କିମ୍ବା ବସିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ତେଣୁ ଏମାନଙ୍କୁ ନିଶାରୁ ଠିକ ଅବସ୍ଥାକୁ ଆଣିବାକୁ ଲେମ୍ବୁ ପାଣି ପିଇବାକୁ ଦିଆଯାଇଥାଏ । କୁହାଯାଏ କି ଏହାକୁ ପିଇବା ଦ୍ୱାରା ମଦ ନିଶାରୁ ତୁରନ୍ତ ଆରାମ ମିଳିଥାଏ ଏବଂ ପୂର୍ବ ପରି ସେମାନେ ଠିକ ହୋଇଯାଇଥାନ୍ତି ।

କଣ ଜଣାପଡିଛି ଗବେଷଣାରୁ:

ନିଶାରୁ ମୁକ୍ତ ହେବାପାଇଁ ଲେମ୍ବୁପାଣି ପିଇବା କଥା ସମ୍ପୂର୍ଣ୍ଣ ସତ ଅଟେ । ଆମେରିକା ସରକାରଙ୍କ ୱେବସାଇଟ ନ୍ୟାସନାଲ ଲାଇବ୍ରେରୀ ଅଫ ମେଡ଼ିସିନରେ ଏହାଦ୍ୱାରା ସମ୍ପୃକ୍ତ ଥିବା ଏକ ବିଷୟ ମଧ୍ୟ ଉପଲବ୍ଧ ଅଛି ।

ଏଥିରେ ମଦ ପିଇବା ଦ୍ୱାରା ଲିଭରକୁ ହେଉଥିବା କ୍ଷତି ଏବଂ ଏଥିରେ ଲେମ୍ବୁ ପାଣି ଦ୍ୱାରା ପଡୁଥିବା ପ୍ରଭାବ ଉପରେ ଲେଖାଯାଇଛି । ମୂଷା ଉପରେ କରାଯାଇଥିବା ପରୀକ୍ଷାରୁ ଜଣାପଡିଛି ଯେ ଆଲକୋହଲ ଦ୍ୱାରା ଲିଭର ଉପରେ ପଡୁଥିବା ପ୍ରଭାବକୁ ଦୂର କରିବା ପାଇଁ ଲେମ୍ବୁ ପାଣି ହେଉଛି ସହଜ ଏବଂ ସରଳ ଉପାୟ । ଗବେଷଣାରୁ ଜଣାପଡିଛି ଯେ ଲିଭରକୁ ସୁରକ୍ଷିତ ରଖିବା ପାଇଁ ଲେମ୍ବୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣର ବହୁତ ବଡ ଭୁମିକା ରହିଛି ।

ଲେମ୍ବୁର ପ୍ରଭାବ କେତେ:

ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ଆମ ଶରୀର ଭିତରକୁ ଯିବା ପରେ ମଦରେ ଥିବା ଇଥାନଲ
ର କୁପ୍ରଭାବକୁ ଦୂର କରିଥାଏ। ପରନ୍ତୁ ଏହି ପ୍ରକ୍ରିୟା କମ ମଦ ପିଉଥିବା ଥିବା ଲୋକଙ୍କ ଉପରେ କାମ ଦେଇଥାଏ। ଯଦି କେହି ବହୁତ ଅଧିକ ମଦ ପିଇଛନ୍ତି ତ ତାଙ୍କୁ ଏହି ଲେମ୍ବୁ ପାଣି ଦ୍ୱାରା କୌଣସି ବି ଫାଇଦା ହୋଇନଥାଏ।

ପ୍ରକୃତରେ, ମଦ୍ୟପାନ କରିବା ପରେ ଲିଭର ଏହାକୁ ହଜମ କରିବାକୁ ଚେଷ୍ଟା କରେ। କିନ୍ତୁ ଅଧିକ କିମ୍ବା ବାରମ୍ବାର ମଦ ପିଇବା ଦ୍ୱାରା ଆମ ଲିଭର ଆଉ ହଜମ କରିପାରେ ନାହିଁ , ଫଳରେ ଆଲକୋହଲ ଆମ ରକ୍ତରେ ମିଶିଯାଏ। ଯଦ୍ଦ୍ଵାରା ନିଶା ବହୁତ ଜୋରରେ ହୋଇଥାଏ ଏବଂ ମଦ ପିଇଥିବା ଲୋକ ଆହୁରି ନିଶାଗ୍ରସ୍ତ ହୋଇପଡ଼ିଥାଏ । ତା ମାନେ ଏହା ଯେ ଲେମ୍ବୁ ରସ ସେତେବେଳେ କାମ ଦେବ ଯେତେବେଳେ ମଦର ନିଶା ବହୁତ କମ ଥିବ। ସେଥିପାଇଁ ଯେତେବେଳେ କକଟେଲ ତିଆରି କରାଯାଏ ସେତେବେଳେ ଆଲକୋହଲକୁ ବାଲାନ୍ସ କରିବା ପାଇଁ ସେଥିରେ ଲେମ୍ବୁର ବ୍ୟବହାର କରାଯାଇଥାଏ।

ଏହାର ଉପାୟ କଣ ?

ମଦ ପିଇବା ମାତ୍ରେ ଶରୀରରୁ ଆଲକୋହଲକୁ ବାହାର କରିବାର ପ୍ରୋସେସ ଆରମ୍ଭ ହୋଇଯାଇଥାଏ । ଯାହା ୟୁରିନ କିମ୍ବା ଝାଳ ଦ୍ୱାରା ଶରୀରରୁ ବାହାରି ଯାଇଥାଏ । ଏହି ପ୍ରକ୍ରିୟା ଦ୍ୱାରା ଶରୀରରେ ଜଳର ମାତ୍ରା କମ ବା ଡିହାଇଡ୍ରେସନ ହୋଇଥାଏ । ବହୁତ ଅଧିକ ମଦ ପିଇବା ଦ୍ୱାରା ଶରୀରରୁ ପାଣି ବାହାରିବାର ମାତ୍ରା ମଧ୍ୟ ଅଧିକ ହୋଇଥାଏ । ସେଥିପାଇଁ ମଦ ନିଶାରେ ରହୁଥିବା ଲୋକଙ୍କୁ ନିଶା ଛଡ଼ାଇବା ପାଇଁ ସେମାନଙ୍କୁ ଅଧିକରୁ ଅଧିକ ଲେମ୍ବୁପାଣି ପିଇବାକୁ ଦିଆଯାଏ ।ଯାହାଦ୍ୱାରା ମଦରେ ରହିଥିବା ନିଶାଭାଗ ପରିସ୍ରା ଦ୍ୱାରା ଶରୀରରୁ ବାହାରିଯିବ।

ନିଶାରେ ଥିବା ଲୋକଙ୍କୁ ଅଧିକ ମାତ୍ରାରେ ଲେମ୍ବୁପାଣି ପିଆଇବା ଦ୍ୱାରା ମଧ୍ୟ ଏହାର ସାଇଡ ଇଫେକ୍ଟ ଦେଖାଯିବାର ବହୁତ ସମ୍ଭାବନା ଥାଏ । ଲେମ୍ବୁରସ ପେଟକୁ ଗଲା ପରେ ପେଟରେ ଏସିଡ ସୃଷ୍ଟି କରିଥାଏ ଏବଂ ଏହାକୁ ଅଧିକ ପିଇବା ଦ୍ୱାରା ମଧ୍ୟ ବାନ୍ତି ବି ହୋଇଥାଏ ।