ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଭାରତୀୟ ସେନାରେ ଖର୍ଚ୍ଚ ହେବ ୫୦,୦୦୦ କୋଟି ଟଙ୍କା
ବଢ଼ିବ ସେନା ଖର୍ଚ୍ଚ । ସେନାରେ ସବୁଠୁ ଆଗୁଆ ହେବ ଭାରତ । ପାକିସ୍ତାନ-ଚାଇନାର ସାହସ ହେବନି ଭାରତକୁ ଚାହିଁବାକୁ ।
ନୂଆଦିଲ୍ଲୀ: ଅପରେଶନ୍ ସିନ୍ଦୂର ପରେ ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଭାରତୀୟ ଆର୍ମି ହେବ ଅଧିକ ଶକ୍ତିଶାଳୀ ।
ପ୍ରତିରକ୍ଷା କ୍ଷେତ୍ରରେ ୫୦ ହଜାର କୋଟି ଟଙ୍କା ବ୍ୟୟ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଟଙ୍କାରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର କିଣାଯିବାକୁ ଥିବାବେଳେ ରିସର୍ଚ୍ଚ, ଡେଭଲପମେଣ୍ଟ ଏବଂ ଅତ୍ୟାବଶ୍ୟକୀୟ ଉପକରଣ କିଣାରେ ଖର୍ଚ୍ଚ ହେବ ।
ଆଗାମୀ ଶୀତ ଅଧିବେଶନରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯିବ । ୨୦୧୪/୧୫ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ବାହିନୀ ବିକାଶ କ୍ଷେତ୍ରରେ ୨.୨୯ ଲକ୍ଷ କୋଟି ଟଙ୍କା ଦେଇଥିଲା ।
ଅନ୍ୟ ମନ୍ତ୍ରଣାଳୟ ଅପେକ୍ଷା ପ୍ରତିରକ୍ଷା ମନ୍ତ୍ରଣାଳୟରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ, ଦେଶର ମୋଟ ବଜେଟର ଏହା ୧୩% ବୋଲି କୁହାଯାଉଛି ।
ଅପରେଶନ୍ ସିନ୍ଦୂରର ସଫଳତା ଏବଂ ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଆତଙ୍କବାଦୀ ଗତିବିଧିକୁ ଦୃଷ୍ଟିରେ ରକି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ଭାରତୀୟ ସେନା ଶତ୍ରୁ ରାଷ୍ଟ୍ର ଓ ଆତଙ୍କବାଦଙ୍କ ବିରୋଧରେ ଲଢ଼େଇ କରିପାରିବେ ।