ଆଉ ଡରାଇପାରିବନି ଶତ୍ରୁ, ଏଥର ନଜର ରଖିବ ସାଟେଲାଇଟ୍

ଏବେ ସାଟେଲାଇଟ ମାଧ୍ୟମରେ ଶତ୍ରୁମାନଙ୍କ ଉପରେ ନଜର ରଖିବ ଇସ୍ରୋ( ISRO) । ଆସନ୍ତା 18 ତାରିଖ ସକାଳ 5.59ରେ ସତୀଶ ଧୱନ ମହାକାଶ କେନ୍ଦ୍ର  ଶ୍ରୀହରିକୋଟାରୁ ହେବ ଲଞ୍ଚ୍‌ ।

ନୂଆଦିଲ୍ଲୀ: ଏବେ ସାଟେଲାଇଟ ମାଧ୍ୟମରେ ଶତ୍ରୁମାନଙ୍କ ଉପରେ ନଜର ରଖିବ ଇସ୍ରୋ( ISRO) । ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠ) ର  ପିଏସ୍‌ଏଲ୍‌ଭି-ସି୬୧/ଇଓଏସ-୦୯(PSLV-C61/EOS-09)ମିଶନ ଉତ୍‌କ୍ଷେପଣ ତାରିଖ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆସନ୍ତା 18 ତାରିଖ ସକାଳ 5.59ରେ ସତୀଶ ଧୱନ ମହାକାଶ କେନ୍ଦ୍ର  ଶ୍ରୀହରିକୋଟାରୁ ଏହା ଲଞ୍ଚ୍‌ ହେବ । ଏହା ଇସ୍ରୋର 101ତମ  ଉତ୍‌କ୍ଷେପଣ । ଏହି ମିଶନ ପୃଥିବୀ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବ ଏବଂ ବିଶେଷକରି ଭାରତର ସୀମାବର୍ତ୍ତୀ ଅଞ୍ଚଳର ହାଇ-ରିଜୋଲ୍ୟୁସନ୍ ରାଡାର ପ୍ରତିଛବି ପ୍ରଦାନ କରିବ।

ପିଏସ୍‌ଏଲ୍‌ଭି-ସି୬୧ ମିଶନ ଇଓଏସ୍‌-୯ (ରିସାଟ୍‌-୧ବି)  ଉପଗ୍ରହକୁ ନେଇ ଯିବ । ଏହା ଏକ ଉନ୍ନତ ରାଡାର ଇମେଜିଂ ଉପଗ୍ରହ । ଏହା 44.5 ମିଟର ଉଚ୍ଚତା  321 ଟନ୍ ଓଜନ ବିଶିଷ୍ଟ ଅଟେ ।

ଇଓଏସ୍‌-9ର ମୁଖ୍ୟ ଉଦ୍ଦେଶ୍ୟ କୃଷି, ଜଙ୍ଗଲ ଉପରେ  ନଜର, ବିପର୍ଯ୍ୟୟ ପ୍ରବନ୍ଧନ, ସହରୀ ଯୋଜନା ଓ ରାଷ୍ଟ୍ରୀୟ  ସୁରକ୍ଷା ଭଳି କ୍ଷେତ୍ରରେ ସାହାଯ୍ୟ କରିବା ।

ଖାସ୍‌କରି ପହଲଗାମ୍‌ ଭଳି ଘଟଣା, ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ଉପରେ ମଧ୍ୟ  ଏହା ନଜର ରଖିପାରିବ । ସମ୍ବେଦନଶୀଳ  ସୀମା ଓ ତଟୀୟ କ୍ଷେତ୍ରରେ ସୁରକ୍ଷାକୁ ଆହୁରି  ବଢ଼ାଇବା ପାଇଁ ଏହି ଉପଗ୍ରହକୁ ତୁରନ୍ତ ଲଞ୍ଚ୍‌  କରିବାକୁ ଯୋଜନା ହୋଇଛି ।