Gold Price: ପୁଣି ଉପରମୁହାଁ ସୁନା ଦର, ରୂପା ଦାମ୍ କେତେ ଜାଣନ୍ତୁ
MCX ରେ ପ୍ରତି 10 ଗ୍ରାମ ସୁନା ମୂଲ୍ୟ 93,31 ଟଙ୍କା ରହିଛି ।
ନୂଆଦିଲ୍ଲୀ: ସୋମବାର ସକାଳ ସମୟରେ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟରେ ୧ ପ୍ରତିଶତ ବୃଦ୍ଧି ଘଟିଛି । ପୂର୍ବରୁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅର୍ଥାତ୍ MCX ରେ, ସକାଳ ପ୍ରାୟ 9 ଟା 10 ଟାରେ ସୁନା ଜୁନ୍ 5 ଚୁକ୍ତି 0.95 ପ୍ରତିଶତ ବୃଦ୍ଧି ପାଇ ପ୍ରତି 10 ଗ୍ରାମ 93,317 ରେ କାରବାର କରୁଥିଲା।
ଏହା ପରେ, ସକାଳ ୧୦ଟା୪୬ ସମୟରେ, ସୁନାର ମୂଲ୍ୟ ୦.୮୫ ପ୍ରତିଶତ ବୃଦ୍ଧି ସହିତ ପ୍ରତି ୧୦ ଗ୍ରାମ ୯୩୨୩୦ ଟଙ୍କାରେ କାରବାର ହେଉଥିଲା। ସେହି ସମୟରେ, ରୂପାର ମୂଲ୍ୟ ମଧ୍ୟ 0.41 ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ 95,712 ଟଙ୍କାରେ ପହଞ୍ଚିଛି ।
ସୁନାର ଚାହିଦା ଅଧିକ- ବିଶ୍ୱ ସ୍ତରରେ, ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟଙ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ଉପରେ ମନ୍ତବ୍ୟ ଦେବା ପରେ ସୁନାର ଚାହିଦା ବୃଦ୍ଧି ପାଇବା ସହିତ ସୁନାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।
ତଥାପି, ଯଦି ଘରୋଇ ସ୍ତରରେ ଦେଖାଯାଏ, ତେବେ ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁନା ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି । ଏହି ସମୟ ମଧ୍ୟରେ, 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପ୍ରାୟ 4000 ଟଙ୍କା ହ୍ରାସ ପାଇଛି ।
ଆହୁରି ବଢ଼ିବ କି ସୁନା- ଗୋଲ୍ଡମ୍ୟାନ୍ ସାକ୍ସ ରିସର୍ଚ୍ଚ କହିଛି ଯେ ବ୍ୟବସାୟୀ, ନିବେଶକ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ସୁନା କ୍ରମଶଃ ଲୋକପ୍ରିୟ ହେଉଛି । ହଜାର ହଜାର ବର୍ଷ ଧରି ଆର୍ଥିକ ସମ୍ପତ୍ତି ଭାବରେ ବ୍ୟବହୃତ ହୋଇଆସୁଥିବା ଏହି ମୂଲ୍ୟବାନ ଧାତୁର ମୂଲ୍ୟରେ ନାଟକୀୟ ବୃଦ୍ଧି ଏବଂ ହ୍ରାସ ଘଟିଥାଏ । କିନ୍ତୁ ସାମଗ୍ରୀର ଅସ୍ଥିରତା ସତ୍ତ୍ୱେ, ସୁନା ଗତ କିଛି ବର୍ଷ ମଧ୍ୟରେ ବାରମ୍ବାର ରେକର୍ଡ ସ୍ଥାପନ କରିଛି ।
ଗୋଲ୍ଡମ୍ୟାନ୍ ସାକ୍ସ କହିଛନ୍ତି ଯେ ମାର୍ଚ୍ଚ ମାସରୁ, ଅର୍ଥନୀତିର ସ୍ୱାସ୍ଥ୍ୟ ଏବଂ ବଜାରର ଅସ୍ଥିରତା ବିଷୟରେ ଚିନ୍ତା ମଧ୍ୟରେ ନିବେଶକମାନେ ସୁନାର ଧାରଣ ବୃଦ୍ଧି କରୁଛନ୍ତି । ଦୀର୍ଘକାଳୀନ ଭାବରେ, ଏହା ଆଶା କରାଯାଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକରୁ ବହୁବର୍ଷ ଧରି ଚାହିଦା ମୂଲ୍ୟକୁ ବୃଦ୍ଧି କରିବ ।