“ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ , ବଢ଼ିବ +୩ ପାଇଁ ନାମଲେଖା ଆବେଦନ ଅବଧି”

ପରୀକ୍ଷାର୍ଥୀଙ୍କୁ ବ୍ୟସ୍ତ ନହେବାକୁ କହିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।

ଭୁବନେଶ୍ୱର:  ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇ +୨ ରେଜଲ୍ଟ। ଆଉ ପିଲାମାନେ ବ୍ୟସ୍ତ ହୁଅ ନାହିଁ। ଯେତିକି ଦିନ ବିଳମ୍ୱ ହେଲା, ଆଉ କିନ୍ତୁ ବିଳମ୍ୱ ହେବ ନାହିଁ ବୋଲି ପରୀକ୍ଷାର୍ଥୀଙ୍କୁ ପ୍ରତିଶୃତି ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ। ଆଉ ବିଳମ୍ୱ ହେବନି। ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ।

ଏହାସହ ମନ୍ତ୍ରୀ ଏହା ମଘଧ୍ୟ କହିଛନ୍ତି ଯେହେତୁ ଆଜି ଯୁକ୍ତ-୩ ଆବେଦନର ଶେଷ ତାରିଖ। ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି ପାଇଁ ନିବେଦନ କରିବୁ। ବଢ଼ିବ +୩ ପାଇଁ ନାମଲେଖା ଆବେଦନ ଅବଧି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥାହେଲେ ଗଣଶିକ୍ଷା ମନ୍ତ୍ରୀ। ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କଲେ।