(Video) ‘ଇଏ ଭାରତ, କେବଳ ହିନ୍ଦୀ ହିଁ କହିବି’, SBI ମ୍ୟାନେଜରଙ୍କୁ କନ୍ନଡ଼ କହିବା ପାଇଁ କରାଗଲା ବାଧ୍ୟ, ଭିଡିଓ ଭାଇରାଲ

ଏସବିଆଇ ମ୍ୟାନେଜରଙ୍କୁ କନ୍ନଡ଼ କହିବାକୁ ବାଧ୍ୟ କଲେ ଗ୍ରାହକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗଲୁରୁରେ ଏସବିଆଇର ଏକ ଶାଖାରେ ବର୍ତ୍ତମାନ ବିବାଦର ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ବ୍ୟାଙ୍କ ମ୍ୟାନେଜର କଷ୍ଟମରଙ୍କ ସହ ଯୁକ୍ତି କରି, କନ୍ନଡ଼ କହିବାକୁ ମନା କରିଦେଇଛନ୍ତି।

ବ୍ୟାଙ୍କ ମ୍ୟାନେଜର ଏବଂ ଗ୍ରାହକଙ୍କ ମଧ୍ୟରେ ଝଗଡ଼ାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଦକ୍ଷିଣ ବେଙ୍ଗଲୁରୁର ଉପନଗର ଚନ୍ଦପୁରରେ ଏହି ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ କନ୍ନଡ଼ରେ କଥା କହୁତିବା ଜଣେ ଗ୍ରାହକ ବ୍ୟାଙ୍କର ମ୍ୟାନେଜରଙ୍କ ସହ ସେହି ଭାଷାରେ ଦେବାକୁ କହିଥିଲେ।

ମହିଳା ଜଣକ ହିନ୍ଦୀରେ କଥା ହେବା ଉପରେ ଜୋର ଦେଇଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଖୁବ ଯୁକ୍ତିତର୍କ ହୋଇଛି।

ଭାଇରାଲ ହେଉଥିବା ଭିଡିଓରେ ଗ୍ରାହକଙ୍କୁ ମ୍ୟାନେଜର ଏହା କହୁଛନ୍ତି ଯେ, ଏହା କର୍ଣ୍ଣାଟକ, ଏଥିପାଇଁ ତାଙ୍କୁ କନ୍ନଡ଼ କହିବା ଆବଶ୍ୟକ। ଗ୍ରାହକଙ୍କ କହୁଛନ୍ତି ଯେ, କନ୍ନଡ଼ କୁହନ୍ତୁ ମ୍ୟାଡାମ, ଏହା କର୍ଣ୍ଣାଟକ।

ଏହାର ଉତ୍ତରରେ ମ୍ୟାନେଜର କହିଛନ୍ତି ଯେ, ଇଏ ଇଣ୍ଡିଆ, ମୁଁ କେବଳ ହିନ୍ଦୀ ହିଁ କହିବି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।