ଭୁବନେଶ୍ୱରରେ ଆକାଶ ଛୁଆଁ ସୁନା ଦର, ବାପରେ ବାପ, ଏକାଥରେ ବଢ଼ିଲା ଏତେ ଟଙ୍କା

କେମିତି କିଣିବେ ସୁନା, ଚିନ୍ତାରେ ବାହାଘର ପାଇଁ ପ୍ରସ୍ତୁତି କରୁଥିବା ଲୋକ।

ଭୁବନେଶ୍ୱର: ବିବାହ ଋତୁରେ ସୁନା ସମସ୍ତଙ୍କର ନିହାତି ଆବଶ୍ୟକ। ହେଲେ ଏବେ ସୁନାର ଦର ଯେମିତି ସୁନା ନାଁ ଶୁଣିଲେ ଡ଼ର ଲାଗୁଛି। ନିକଟରେ ସୁନା ଦର କମିଥିବା ବେଳେ ସୁନା ପ୍ରେମୀମାନଙ୍କୁ ଟିକେ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ପୁଣି ଲଗାତାର ଭାବରେ ସୁନା ଦର ବଢ଼ିବାରେ ଲାଗିଛି।

ଯାହା ପରେ ସୁନା କଥା ଭାବିଲା ବେଳକୁ ଡ଼ର ଲାଗୁଛି। କାରଣ ଆଜି ପୁଣି ସୁନା ଦର ବଢ଼ିଛି। ଆଉ କେଉଁଠି ନୁହେଁ ବରଂ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଉପରମୁହାଁ ରହିଛି ସୁନା ମୂଲ୍ୟ।

ଗତକାଲି ୨୪ କ୍ୟାରେଟ୍ ସୁନା ଏକାଥରେ ୨୪୦୦ ଏବଂ ୨୨ କ୍ୟାରେଟ୍ ୨୨୦୦ ଟଙ୍କା ବଢିଥିବା ବେଳେ ଆଜି ପୁଣି ମହଙ୍ଗା ହୋଇଛି ସୁନା। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଆଜି ୪୯୦ ଟଙ୍କା ବଢ଼ି ୯୭ ହଜାର ୯୧୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ଦରରେ ୪୫୦ ଟଙ୍କା ବଢ଼ିଛି।

ତେଣୁ ଆଜି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୮୯ ହଜାର ୭୫୦ ଟଙ୍କା ରହିଛି। କାଲି ଏହି ଦର ୮୯ ହଜାର ୩୦୦ ଟଙ୍କା ଥିଲା। କିନ୍ତୁ ଆଜି ପୁଣି ବଢିଯାଇଛି। ସେହିପରି ୧୮ କ୍ୟାରେଟ ସୁନା ଦର ୩୭୦ ଟଙ୍କା ବୃଦ୍ଧି ସହ ୭୩ ହଜାର ୪୪୦ ଟଙ୍କାରେ ପହଞ୍ଚିଛି।