କଳିଯୁଗର ଜନନୀ: ଜନ୍ମ କଲା ପୁଅର ଦାମ୍ ମାତ୍ର ୧୮,୦୦୦

ଯାଜପୁର: କୁନି ପୁଅକୁ ବିକିଦେଲା ମା’ । ଯାଜପୁରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

ମାତ୍ର ୧୮ ହଜାର ଟଙ୍କାରେ ଜନ୍ମକଲା ପୁଅକୁ ବିକ୍ରି କରିଦେଇଛି ମା’ । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି ।

ସ୍ଥାନୀୟ ବଡ଼ସୁଆର ଅଞ୍ଚଳରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଏ ନେଇ ଶାଶୁଘର ଲୋକେ ମହିଳାଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ପାରିବାରିକ କଳହରୁ ସ୍ତ୍ରୀ ଜଣଙ୍କ ଶାଶୁଘର ଛାଡ଼ି ୪ ବର୍ଷ ହେବ ନିଜ ବାପଘରେ ରହୁଥିଲେ ।