ସତ୍ୟପାଲଙ୍କ ଦୁଇଟି ଯାକ କିଡନୀ ଫେଲ୍, ଫଟୋ ପୋଷ୍ଟ କରି କହିଲେ ଏମିତି…
ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ତେବେ ମେ ୧୧ ତାରିଖରୁ ସତ୍ୟପାଲ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ସେଠାରେ ଚିକିତ୍ସା ଚାଲିଛି । ହସ୍ପିଟାଲ ବେଡରେ ଶୋଇଥିବା ଅବସ୍ଥାର ଫଟୋ ଛାଡି ସତ୍ୟପାଲ ଲେଖିଛନ୍ତି ଯେ, ‘ମୋର ବହୁତ ଶୁଭଚିନ୍ତକଙ୍କର ଫୋନ ଆସୁଛି, ଯାହାକୁ ମୁଁ ଉଠେଇବାକୁ ଅସମର୍ଥ । ଏବେ ମୋର ସ୍ବାସ୍ଥାବସ୍ଥା ବହୁତ ଖରାପ ଅଛି । ମୁଁ କାହା ସହିତ କଥା ହେବା ଅବସ୍ଥାରେ ନାହିଁ’।
ସେପଟେ ଗତକାଲି, ସତ୍ୟାପାଲ ମଲିକଙ୍କ ସମେତ 6 ଜଣଙ୍କ ବିରୋଧରେ ଭ୍ରଷ୍ଟାଚାର ବା ଘୋଟାଲା ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ (CBI) ।
ସତ୍ୟପାଲ ମଲ୍ଲିକଙ୍କ ପରିସ୍ରା ସଂକ୍ରମଣ ଜନିତ ଗମ୍ଭୀର ଜଟିଳତାରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁ କାରଣରୁ ତାଙ୍କର ଦୁଇଟିଯାକ କିଡନୀ ଫେଲ୍ ହୋଇଯାଇଛି । ଆଉ ଆଜି ସେ ନିଜେ ଫଟୋ ଛାଡି ନିଜ ସ୍ବାସ୍ଥ୍ୟ ସଂପର୍କରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି ।
CBI ଚାର୍ଜସିଟ ଅନୁସାରେ ପରିଯୋଜନା ସମ୍ବଧିତ ଟେଣ୍ଡର ପ୍ରକ୍ରିୟାରେ ଘୋଟାଲା ଏବଂ ଜାଣିଶୁଣି କିଛି କମ୍ପାନୀଗୁଡ଼ିକୁ ଫାଇଦା ପହଞ୍ଚାଇବା ଭଳି ଆରୋପ ରହିଛି । ଏହି ପ୍ରୋଜେକ୍ଟ ଜମ୍ମୁ-କାଶ୍ମୀରର ବିକାଶ ନିମନ୍ତେ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ ।
ଏନେଇ 2024 ଫେବୃୟାରୀରେ ସତ୍ୟପାଲଙ୍କର ଦିଲ୍ଲୀରେ ଥିବା ବାସଗୃହ ଏବଂ ଜମ୍ମୁ-କାଶ୍ମୀରରେ ଥିବା ତାଙ୍କ ଆବାସ ସମେତ 30ରୁ ଅଧିକ ସ୍ଥାନରେ ତଲାଶି ବା ଜାଞ୍ଚ୍ କରିଥିଲା CBI । ମଲିକ 23 ଅଗଷ୍ଟ 2018 ରୁ 30 ଅକ୍ଟୋବର 2019 ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀରର ରାଜ୍ୟପାଳ ଥିଲେ।