ଚୋରା ବନ୍ଧୁକ କାରଖାନା ସର୍ଦ୍ଦାର ମହମ୍ମଦ ଅସଲାମ ଗିରଫ, ଦୀର୍ଘ ଦିନ ଧରି ପୋଲିସକୁ ଦେଉଥିଲା ଚକମା

ଭୁବନେଶ୍ୱର: ବିହାର ମୁଙ୍ଗେରରୁ ଧରାପଡ଼ିଲା ଗ୍ୟାଙ୍ଗଷ୍ଟାର ମହମ୍ମଦ ଅସଲମ୍ । ମୋଷ୍ଟା ୱାଣ୍ଟେଡ୍ ଅପରାଧୀ ଅସଳମକୁ ଧରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ।

ଓଡ଼ିଶା ସମେତ ବିହାର,ଆସାମ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଅସଲାମ ବିରୋଧରେ ବହୁ ମାମଲା ରହିଛି । ଅଧିକ ତଥ୍ୟ ପାଇଁ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ ।

ଟଙ୍କା ଅଗ୍ରିମ ଆକାରରେ ନେଇ ନିର୍ଦ୍ଧାରିତ ସମୟରେ ବନ୍ଧୁକ ପହଞ୍ଚାଏ । ବିଭିନ୍ନ ମାଫିଆ କଣ୍ଟ୍ରାକ୍ଟ କିଲରଙ୍କଠାରୁ ନେଇଛି ଟଙ୍କା ।

ମାର୍ଚ୍ଚ ମାସରେ କଟକ ବୟାଳିଶି ମଉଜାରେ ଠାବ ହୋଇଥିବା ବେଆଇନ ବନ୍ଧୁକ କାରଖାନା ସହ ଅସଲମ ଜଡ଼ିତ ତିବା ସନ୍ଦେହ କରାଯାଉଛି ।