ବଡ଼ପୁଅକୁ ବହିଷ୍କାର କଲେ ଲାଲୁ, ସାନପୁଅ ତେଜସ୍ୱୀ କହିଲେ ମତେ ଏସବୁ ପସନ୍ଦ ନୁହେଁ

୧୨ ବର୍ଷ ହେବ ପ୍ରିୟଙ୍କାଙ୍କ ସହ ସମ୍ପର୍କରେ ଥିଲେ ତେଜ ଯାଦବ!

ବିହାର:  ଏବେ ଚର୍ଚ୍ଚାରେ ରହିଛି ରାଷ୍ଟ୍ରୀୟ ଜନତା ଦଳ (RJD)ର ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ବଡ଼ ପୁଅ ତେଜ ପ୍ରତାପ

ଯାଦବଙ୍କ ପ୍ରସଙ୍ଗ। ଯାହାଙ୍କୁ କିଛି ସମୟ ପୂର୍ବରୁ ଦଳ ଓ ପରିବାରରୁ ବହିଷ୍କାର କରିଛନ୍ତି ନିଜେ ଲାଲୁ ପ୍ରସାଦ ଯାଦବ।

ଦୀର୍ଘ ୬ ବର୍ଷ ପାଇଁ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ପରିବାରରୁ ମଧ୍ୟ ବାହାର କରିଦେଇଛନ୍ତି। ଆଉ ଏହା ଉପରେ ଲାଲୁଙ୍କ ସାନ ପୁଅ ତଥା RJD ନେତା ତେଜସ୍ୱୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି।

ଆମେ ଏହାକୁ ସହିବୁ ନାହିଁ: ବଡ଼ ଭାଇଙ୍କୁ ଦଳ ଓ ପରିବାରରୁ ୬ ବର୍ଷ ପାଇଁ ବାପା ଲାଲୁ ଯାଦବ ବହିଷ୍କାର କରିବା ପରେ ବଡ଼ କଥା କହିଛନ୍ତି ସାନ ପୁଅ ତେଜସ୍ୱୀ ଯାଦବ।  ତେଜସ୍ୱୀ କହିଛନ୍ତି, ‘ଆମେ ଏପରି ଜିନିଷକୁ ସହ୍ୟ କରିପାରିବୁ ନାହିଁ।’

ଆମେ ବିହାରର ଲୋକଙ୍କ ପାଇଁ କାମ କରୁଛୁ ଏବଂ ସେମାନଙ୍କ ପ୍ରତି ସମର୍ପିତ। ହେଲେ ମୋ ବଡ଼ ଭାଇଙ୍କ କଥା, ତାଙ୍କର ରାଜନୈତିକ ଜୀବନ ଏବଂ ବ୍ୟକ୍ତିଗତ ଜୀବନ ଭିନ୍ନ। ତାଙ୍କର ନିଜର ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ଅଛି।

ତେଜସ୍ୱୀ ଯାଦବ:  ଏହା ସହିତ, ତେଜସ୍ୱୀ ଯାଦବ କହିଛନ୍ତି, ‘ମୋ ବଡ଼ ଭାଇ ଜଣେ ପ୍ରାପ୍ତବୟସ୍କ ଏବଂ ତାଙ୍କ ଜୀବନ ପ୍ରତି ନିଷ୍ପତ୍ତି ନେବାକୁ ସେ ସକ୍ଷମ’। ଆମ ଦଳର ମୁଖ୍ୟ ଲାଲୁ ଯାଦବ ଜୀ ଏହା ସ୍ପଷ୍ଟ କରିଦେଇଛନ୍ତି ଏବଂ ଯେହେତୁ ସେ ଏହା କହିଛନ୍ତି, ଏହା ତାଙ୍କର ଭାବନା।

ଆମେ ଏପରି ଜିନିଷ ଉପରେ ପ୍ରଶ୍ନ ଉଠାଇ ନଥିଲୁ। ଭାଇ ତାଙ୍କ ବ୍ୟକ୍ତିଗତ ଜୀବନରେ କ’ଣ କରୁଛନ୍ତି, କିଛି କରିବା ପୂର୍ବରୁ କେହି ପଚାରନ୍ତି ନାହିଁ। ମୁଁ ଗଣମାଧ୍ୟମ ମାଧ୍ୟମରେ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ବହିଷ୍କାର କରାଯିବା ବିଷୟରେ ଜାଣିବାକୁ ପାଇଲି।

୧୨ ବର୍ଷର ସମ୍ପର୍କ: ସୂଚନାନୁସାରେ, ତେଜ ପ୍ରତାପ ଯାଦବ ଏବଂ ଅନୁଷ୍କା ଯାଦବଙ୍କ କଥା ନିକଟରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲା। ଶନିବାର ଦିନ, ତେଜ ପ୍ରତାପ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ।

ଯେଉଁଥିରେ ସେ ଦାବି କରିଥିଲେ ଯେ ସେ ଗତ ୧୨ ବର୍ଷ ଧରି ଅନୁଷ୍କା ଯାଦବ ନାମକ ଜଣେ ଝିଅ ସହିତ ସମ୍ପର୍କରେ ଅଛନ୍ତି ଏବଂ ଉଭୟ ପରସ୍ପରକୁ ଭଲ ପାଆନ୍ତି। ଏହି ପୋଷ୍ଟ ସହିତ ଏକ ଫଟୋ ମଧ୍ୟ ସେୟାର କରାଯାଇଥିଲା। ଏହି ଫଟୋରେ ଅନୁଷ୍କା ଯାଦବ ତେଜ ପ୍ରତାପ ଯାଦବଙ୍କ ପାଖରେ ଠିଆ ହୋଇଥିବାର ଦେଖାଯାଇଥିଲା।

ଗୁଜବରେ ଧ୍ୟାନ ଦିଅ ନାହିଁ: କିନ୍ତୁ, ଏହି ଫେସବୁକ୍ ପୋଷ୍ଟର କିଛି ସମୟ ପରେ, ତେଜ ପ୍ରତାପ ଏହାକୁ ଡିଲିଟ୍ କରିଦେଇଥିଲେ ଏବଂ ପରେ କହିଥିଲେ ଯେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଛି।

ସେ ଶନିବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଥିଲେ ଯେ ତାଙ୍କ ଫଟୋକୁ ଭୁଲ ଭାବରେ ସମ୍ପାଦନ କରି ତାଙ୍କୁ ଏବଂ ତାଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ସେ ତାଙ୍କ ଅନୁଗାମୀମାନଙ୍କୁ ଗୁଜବକୁ ଅଣଦେଖା କରିବାକୁ ଅନୁରୋଧ କରିଥିଲେ।