ରେଷ୍ଟୁରାଣ୍ଟରେ ବିରିୟାନି ଅର୍ଡର ଦେଲା ପ୍ରେମିକ, ବିରିୟାନି ଖାଇ ମରିଗଲା ପ୍ରେମିକା
ବିରିୟାନିରେ ଥିବା କଣ୍ଟା ଅଟକି ଗଲା ପ୍ରେମିକା ତଣ୍ଟିରେ। ତାପରେ ଉଡ଼ିଗଲା ପ୍ରାଣବାୟୁ।
ମହାରାଷ୍ଟ୍ର: ବିରିୟାନି ଖାଇବାକୁ କାହାକୁ ବା ଭଲ ନ ଲାଗେ। ଠିକ୍ ସେମିତି ରେଷ୍ଟୁରାଣ୍ଟକୁ ବିରିୟାନି ଖାଇବାକୁ ଯାଇଥିଲେ ପ୍ରେମୀ ଯୁଗଳ। ଆଉ ଖାଇବା ଅର୍ଡର ଦେଲେ ପ୍ରେମିକ। ଅର୍ଡର ମୁତାବକ ସବୁ ଖାଇବା ଆସି ଟେବୁଲ ପାଖରେ ପହଞ୍ଚିଗଲା।
ଆଉ ବିରିୟାନି ଦେଖି ପ୍ରେମିକାର ମନ ଖୁସି ହୋଇଗଲା। ହେଲେ ସେ କ’ଣ ଜାଣିଥିଲା ଏହି ବିରିୟାନି ତା ଜୀବନର ଶେଷ ବିରିୟାନି ହେବ ବୋଲି। କାରଣ ବିରିୟାନି ଖାଇବା ସମୟରେ ପ୍ରେମିକାର ମୃତ୍ୟୁ ହେଲା। ଆଉ ମୃତ୍ୟୁର କାରଣ ହେଉଛି ବିରିୟାନିରେ ଥିବା କଣ୍ଟା।
ତଣ୍ଟିରେ ଲାଗିଲା ବିରିୟାନି କଣ୍ଟା: ମହାରାଷ୍ଟ୍ରର ପାଲଘରରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଆଉ ମୃତ୍ୟୁର କାରଣ ହେଉଛି ବିରିୟାନି। ପ୍ରେମିକ ସହ ବିରିୟାନି ଖାଇବାକୁ ରେଷ୍ଟୁରାଣ୍ଟକୁ ଯାଇଥିଲେ ପ୍ରେମିକା।
ଆଉ ପ୍ରେମିକ ସେଠାରେ ବିରିୟାନି ଅର୍ଡର କରିଥିଲେ। ଅର୍ଡର ହିସାବରେ ବିରିୟାନି ପରସା ଗଲା। ଆଉ ବିରିୟାନି ଖାଇବା ସମୟରେ ପ୍ରେମିକା ତଣ୍ଟିରେ ବିରିୟାନିରେ ଥିବା ଚିକେନର ଏକ କଣ୍ଟା ଅଟକି ଗଲା। ଯାହା ଫଳରେ ପ୍ରେମିକା ଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଏବଂ ଚେତାଶୂନ୍ୟ ହୋଇଗଲେ।
ହସ୍ପିଟାଲରେ ମୃତ୍ୟୁ: ଏହା ପରେ ଝିଅଟିକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଝିଅଟିକୁ ଦେଖିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାରଣ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ଝିଅଟିର ମୃତ୍ୟୁ ହୋଇସାରିଥିଲା।
ମାମଲା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ଏକ ମାମଲା ରୁଜୁ କରିଛି। ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଝିଅଟିର ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।