ମୋହନଙ୍କ ଚିନ୍ତା ବଢ଼ାଇଲାଣି ବର୍ଷା, ବନ୍ୟା, ବାତ୍ୟା ପାଇଁ ସଜାଗ ରହିବାକୁ ଏବେଠୁ ନିର୍ଦ୍ଦେଶ
ଭୁବନେଶ୍ୱର ଡ୍ରେନେଜ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢ଼ାଇଲାଣି ବର୍ଷା। ଆଷାଢ଼ ମାସ ନ ହେଉଣୁ ବର୍ଷା ପାଣିରେ ଉବୁଟୁବୁ ହେଉଛି ରାଜଧାନୀ ଭୁବନେଶ୍ୱର। ଅସରାଏ ବର୍ଷାରେ ଭାସୁଛି ଗାଡ଼ି ମୋଟର। ଏନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ୱର ଡ୍ରେନେଜ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି। ଏ ଦିଗରେ ଗୁରୁତ୍ୱ ଦେବାର ଅଛି କହିଲେ ମୁଖ୍ୟମନ୍ତ୍ରୀ। ଏହାସହ ବନ୍ୟା ବାତ୍ୟାର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାକୁ ସିଏମ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଅଧିକ ବର୍ଷା ହେବାର ଆକଳନ ହୋଇଛି। ଏବେଠୁ ସଜାଗ ରହିବାକୁ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଷାଢ଼ ମାସ ନ ହେଉଣୁ ବର୍ଷାରେ ରାଜଧାନୀ ବେହାଲ ହେଉଛି। ଏ ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।