ଘର ଭିତରେ ହେଲା ବିସ୍ଫୋରଣ, ମା’ ମୃତ, ଶିଶୁ ଗୁରୁତର

ବିସ୍ଫୋରଣରେ ମରିଗଲା ମାଆ। ଛୁଆ ହସ୍ପିଟାଲରେ ଭର୍ତ୍ତି।

ଖୋର୍ଦ୍ଧା:  ଘର ଭିତରେ ବିସ୍ଫୋରଣ।  ଘରେ ଥିଲେ ମା’ ଓ ଛୁଆ। ବିସ୍ଫୋରଣରେ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ଶିଶୁଟି ଗୁରୁତର ଅଛି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାଟି ହେଉଛି ଖୋର୍ଦ୍ଧା ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର ଗାଁର। ବିସ୍ଫୋରଣ ଆଜି ମଧ୍ୟାହ୍ନ ସମୟରେ ହୋଇଥିବା ଜଣାପଡିଛି। ହେଲେ କିପରି ଘର ଭିତରେ ଲୋକ ଥିବା ସମୟରେ ବିସ୍ଫୋରଣ ହେଲା ତାହା ଜଣାପଡିନାହିଁ।

ହେଲେ ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘରେ ଥିବା ଅନ୍ୟ ଜଣେ ଶିଶୁ ଗୁରୁତର ଅଛନ୍ତି। ତାଙ୍କୁ ବୋଲଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।