ଟ୍ରକକୁ ଧକ୍କା ଦେଲା ଟ୍ରକ୍, ନିଜ ଟ୍ରକ ଚକା ତଳେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଟ୍ରକ୍ ଧକ୍କା । ନିଜ ଟ୍ରକ ଚକା ତଳେ ଚାପି ହୋଇ ଗଲା ଡ୍ରାଇଭରଙ୍କ ଜୀବନ ।

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଟ୍ରକ୍ ଧକ୍କା । ନିଜ ଟ୍ରକ ଚକା ତଳେ ଚାପି ହୋଇ ଗଲା ଡ୍ରାଇଭରଙ୍କ ଜୀବନ । ପଛପଟୁ ଟ୍ରକ ଧକ୍କା ଦେବାରୁ ତଳକୁ ଖସିପଡ଼ିଲେ ଡ୍ରାଇଭର । ଶେଷରେ ନିଜ ଟ୍ରକ ଚକା ତଳେ ଚାପି ହୋଇଗଲେ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ସୂଚନା ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି ।