ଧର୍ମ ପରିବର୍ତ୍ତନ କରି ମତେ ବାହା ହ, ନହେଲେ ତତେ ମୁଁ ମାରିଦେବି
ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା, ବିରୋଧ କଲାରୁ ତାଙ୍କୁ ଦୁଷ୍କର୍ମ ସହ ହତ୍ୟା ଧମକ ଦିଆଯାଉଥିଲା
ଉତ୍ତରପ୍ରଦେଶ: “ଧର୍ମ ପରିବର୍ତ୍ତନ କର, ନହେଲେ ତତେ ମୁଁ ମାରିଦେବି” ଏମିତି ଏକ ଅଜବ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ଲାଲ ବଙ୍ଗଳା ଅଞ୍ଚଳରେ। ଯେଉଁଠାରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ବିରୋଧ କଲାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା।
ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ପୀଡିତା ଜଣକ ଲାଲ ବଙ୍ଗଳା ଅଞ୍ଚଳର ବାସିନ୍ଦା। ସେ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଭିଡିଓ ଅପଲୋଡ କରି ନିଜର ଯନ୍ତ୍ରଣା ବିଷୟରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଅଭିଯୁକ୍ତ ଅଲତାମାଶ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ।
କେବଳ ଏତିକି ନୁହେଁ, ସମସ୍ତଙ୍କ ସାମ୍ନାରେ ତାଙ୍କ ହାତ ମୋଡ଼ି ଘର ବାହାରେ ହଙ୍ଗାମା କରିବା ସହିତ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ଚାପ ପକାଉଥିଲେ।
ପୀଡ଼ିତାଙ୍କ ପରିବାର ଆତଙ୍କିତ: ପୀଡିତା ପ୍ରାୟ ୧ ମିନିଟ୍ ୧୬ ସେକେଣ୍ଡର ଏକ ଭିଡିଓରେ କରିଛନ୍ତି ଯେ, ଅଭିଯୁକ୍ତ ଥରେ ତାଙ୍କ ସହ ଏକ କନଫରେନ୍ସ କଲରେ କଥା ହୋଇଥିଲେ ଏବଂ ଏହି ସମୟରେ ସେ ତାଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରି ଧମକ ଦେଇଥିଲେ। ପୋଲିସ ମଧ୍ୟ ତାଙ୍କର କିଛି କରିପାରିବ ନାହିଁ ବୋଲି କହିଥିଲେ।
ତା ପରେ ପୀଡିତା ତାଙ୍କ ଭାଇଭଉଣୀଙ୍କ ସହିତ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ପୋଲିସରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
କାନପୁର ପୋଲିସର ତଦନ୍ତ: ଏ ସମ୍ପର୍କରେ ଏସିପି ଚକେରୀ ଅଭିଷେକ ପାଣ୍ଡେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଅଭିଯୁକ୍ତ ଅଲତାମଶଙ୍କ ବିରୋଧରେ ଅଶ୍ଳୀଳତା, ହତ୍ୟା ଧମକ ଏବଂ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ଭଳି ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ପୋଲିସ ଦଳ ଗଠନ କରାଯାଇଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଯିବ। ଏହି ସମୟରେ, ପୀଡିତା ଏବଂ ତାଙ୍କ ପରିବାର ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।