ବୁମରାହଙ୍କ ରେକର୍ଡ ଭାଙ୍ଗିବା ପାଇଁ ୫ ୱିକେଟ ଦୂରରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ, WTC 2023-25ରେ ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ

ଏତିକି ୱିକେଟ ନେଲେ ବୁମରାହଙ୍କୁ କାଟିଦେବେ ଅଷ୍ଟ୍ରେଲିଆ କ୍ୟାପ୍ଟେନ

ନୂଆଦିଲ୍ଲୀ: ୱାଲର୍ଡ ଟେଷ୍ଟ ଚାମ୍ପିଆନସିପ ୨୦୨୫ର ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମହାମୁକାବିଲା ୧୧ ଜୁନରୁ ଲର୍ଡସର ଐତିହାସିଲ ମାଇଦାନରେ ହେବ।

ଅଷ୍ଟ୍ରେଲିଆ ସ୍କ୍ୱାଡର ଘୋଷଣା ପୂର୍ବରୁ ହିଁ ହୋଇସାରିଛି ଏବଂ ଏଥିରେ କ୍ୟାପ୍ଟେନ ପାଟ୍ କମିନ୍ସ ଅଛନ୍ତି। ଅଷ୍ଟ୍ରେଲିଆ କ୍ୟାପ୍ଟେନ ଫାଇନାଲରେ ୫ ୱିକେଟ ନେବା ମାତ୍ରେ ଷ୍ଟାର ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କୁ ପଛରେ ପକାଇଦେବେ।

ୱାଲର୍ଡ ଟେଷ୍ଟ ଚାମ୍ପିଆନସିପ ୨୦୨୩-୨୫ରେ ସବୁଠୁ ଅଧିକ ୱିକେଟ ନେବାରେ ରେକର୍ଡ ଜସପ୍ରୀତ ବୁମାରାହଙ୍କ ନାମରେ ଅଛି। ସେ ସମୁଦାୟ ୧୫ଟି ମ୍ୟାଚରେ ୭୭ ୱିକେଟ ନିଜ ନାମରେ କରିଛନ୍ତି।

WTC 2023-25ରେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ଅଷ୍ଟ୍ରେଲିଆର ପାଟ୍ କମିନ୍ସ ଦ୍ୱିତୀୟ ନମ୍ବରରେ ଅଛି। ସେ ସମୁଦାୟ ୭୩ ୱିକେଟ ନିଜ ନାମରେ କରିଛନ୍ତି।

ବର୍ତ୍ତମାନ ଯଦି ସାଉଥ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ସେ ୫ ୱିକେଟ ହାସଲ କରି, ସେ ବୁମରାହଙ୍କୁ ପଛରେ ପକାଇଦେବେ ଏବଂ ନମ୍ବର-୧ର ସ୍ଥାନ ହାସଲ କରିବେ। ସେ ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ ୨୦୨୩-୨୫ରେ ସବୁଠୁ ଅଧିକ ୱିଜକେଟ ନେଉଥିବା ବୋଲର ହୋଇଯିବେ।