(Video)ବାହାଘର ଦିନ ରୋମାଣ୍ଟିକ ହେଲେ ପିନାକୀ-ମହୁଆ, ଭାଇରାଲ ହେଉଛି ଭିଡିଓ

ପିନାକୀ-ମହୁଆଙ୍କ ରୋମାଣ୍ଟିକ ଡ୍ୟାନ୍ସ ଭାଇରାଲ ।

ନୂଆଦିଲ୍ଲୀ: ବିଜେଡି ନେତା ତଥା ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର ଏବଂ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଏକ ନୃତ୍ୟ ଭିଡିଓ ଗତ କିଛି ଦିନ ଧରି ଭାଇରାଲ ହୋଇଛି । ଜର୍ମାନୀର ବର୍ଲିନରେ ଏକ ଡେଷ୍ଟିନେସନ୍ ୱେଡିଂରେ ବିବାହ ହୋଇଥିବା ଖବର ପରେ ଏହି ଦମ୍ପତି ଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ।

ଆଜି ଜଣେ X ଉପଭୋକ୍ତା ଅଂଶୁ ସିଂହ ତାଙ୍କ X ହ୍ୟାଣ୍ଡେଲରେ ଭିଡିଓଟି ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, “ବିଜେଡି ନେତା ପିନାକୀ ମିଶ୍ର ଏବଂ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିବାହ ଉତ୍ସବର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟିରେ ସେମାନେ ଜର୍ମାନୀର ବର୍ଲିନରେ ଏକ ଡେଷ୍ଟିନେସନ୍ ୱେଡିଂରେ ଏକାଠି ନାଚୁଥିବାର ଦେଖାଯାଉଛି ।”

ରୋମାଣ୍ଟିକ ହେଲେ ପିନାକୀ-ମହୁଆ-  ଭିଡିଓରେ ଆମେ ଦେଖିପାରୁଛୁ ଯେ ଦୁଇ ନେତା ଏକ ପୁରୁଣା ରୋମାଣ୍ଟିକ ଲୋକପ୍ରିୟ ବଲିଉଡ୍ ଗୀତର ତାଳେ ତାଳେ ନାଚୁଛନ୍ତି ଯେତେବେଳେ ଅନ୍ୟ କିଛି ଲୋକ ଏହି ରୋମାଣ୍ଟିକ ନୃତ୍ୟ ଦେଖୁଛନ୍ତି ।

ଦୁହେଁ ବିବାହ ପୋଷାକରେ ଗୀତର ତାଳରେ ତାଳ ମିଶାଇ ହାତ ଧରାଧରି ହୋଇ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା ବର୍ତ୍ତମାନ ଖବରରେ ଅଛନ୍ତି କାରଣ ସେମାନେ ବିବାହ କରିଥିବା ରିପୋର୍ଟ ହୋଇଛି । ଜୁନ୍ 3 ତାରିଖରେ ସେମାନେ ବିବାହ କରିଥିବା ବେଳେ ଜୁନ 5 ତାରିଖରେ ଜାତୀୟ ଗଣମାଧ୍ୟମରେ ଏହି ଖବର ଆସିଥିବା କୁହାଯାଉଛି ।