ରାଜା ରଘୁବଂଶୀଙ୍କ ହତ୍ୟା ଘଟଣାର ହେଲା ପର୍ଦ୍ଦାଫାଶ, ସୋନମ ରାଜା ରଘୁବଂଶୀଙ୍କୁ ନୁହେଁ, ରାଜକୁ କରୁଥିଲେ ପ୍ରେମ

ପ୍ରେମିକ ସହ ମିଶି ସ୍ୱାମୀ ରଘୁବଂଶୀଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚିଥିଲା ସ୍ତ୍ରୀ ସୋନମ

ମେଘାଳୟ: ଇନ୍ଦୋରର ନବବିବାହିତ ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲା ବିଷୟରେ ତ ଏବେ ଚାରିଆଡେ ଚର୍ଚ୍ଚା, ଯାହା ପୁରା ଦେଶକୁ ଥରାଇଦେଇଛି। ଏବେ ଏହି ମାମଲାରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି, ଯାହା ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସୋନମ ଏବଂ ରାଜ ଦେଲେ ରଘୁବଂଶୀଙ୍କୁ ମାରିବା ପାଇଁ ସୁପାରୀ: ମେଘାଳୟ ପୋଲିସଙ୍କ କହିବା ଅନୁସାରେ, ସୋନମ ରଘୁବଂଶୀ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ସ୍ୱାମୀ ରାଜାଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲେ।

ଦୁହେଁ ତାଙ୍କ ସ୍ୱାମୀ ରାଜାଙ୍କୁ ହନିମୁନ୍ ସମୟରେ ହତ୍ୟା କରିବା ପାଇଁ ମଧ୍ୟପ୍ରଦେଶର 3 ଜଣଙ୍କୁସୁପାରୀ ମଧ୍ୟ ଦେଇଥିଲେ। ରାଜା ରଘୁବଂଶୀଙ୍କ ଭାଇ କହିଛନ୍ତି ଯେ, ସୋନମଙ୍କର ସନମାଇକା ବ୍ୟବସାୟ ଅଛି ଯେଉଁଥିରେ ରାଜ କୁଶୱାହା କାମ କରନ୍ତି। ସେହିଠାରୁ ହିଁ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ସୋନମ ଏବଂ ରାଜ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ: ଯେତେବେଳେ ପୁଲିସ, ସୋନମ ରଘୁବଂଶୀଙ୍କୁ ପଚରାଉଚରା କରିଥିଲା ସେତେବେଳେ ଜଣାପଡିଥିଲା ଯେ, ତାଙ୍କ କମ୍ପାନୀରେ କାମ କରୁଥିବା ରାଜ କୁଶୱାହା ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା ଆଉ ଏହି ଷଡ଼ଯନ୍ତ୍ରରେ ରାଜ କୁଶୱାହା ମଧ୍ୟ ସାମିଲ ଅଛନ୍ତି। ତେଣୁ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଛି।

ଏସବୁର ମାଷ୍ଟର ମାଇଣ୍ଡ କିଏ? ପୋଲିସ ତଦନ୍ତରୁ ଜଣାପଡିଛି ଯେ ରାଜ କୁଶୱାହା ମଧ୍ୟ ମଧ୍ୟପ୍ରଦେଶର ଆଉ ସେ ହିଁ ହେଉଛନ୍ତି ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେ ସୋନମଙ୍କ ସହିତ ମିଶି ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ମଧ୍ୟପ୍ରଦେଶର ତିନି ଜଣଙ୍କୁ ସୁପାରୀ ଦେଇଥିଲେ।

କିପରି ପଡିଲେ ଧରା? ଯେତେବେଳେ ସୋନମ ଏବଂ ରାଜା ମେଘାଳୟକୁ ହନିମୁନ ପାଇଁ ଯାଇଥିଲେ ସେହି ସମୟରେ ରାଜାଙ୍କୁ ସେହି 3ଜଣ ସୁପାରୀ କିଲର ହତ୍ୟା କରିଥିଲେ। ଏହା ପରେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ଫେରାର ହୋଇ ଯାଇଥିଲେ।

ସେ ଯେତେବେଳେ ଫେରାର ହୋଇ ୟୁପିର ଗାଜିପୁରରେ ପହଞ୍ଚିଥିଲେ, ସେଠାରେ ପୋଲିସ ତାଙ୍କୁ ଧରିଥିଲା। ତା ପରେ ପୋଲିସ ସେହି 3 ଜଣ ସୁପାରୀ କିଲର ଭିକି ଠାକୁର, ଆନନ୍ଦ ଏବଂ ଆକାଶଙ୍କୁ ମଧ୍ୟ ଗିରଫ କରିଛି।