ସଡ଼କ ଦୁର୍ଘଟଣା ପୀଡିତଙ୍କୁ ସାହା ହେଲେ ମନ୍ତ୍ରୀ ବିଭୂତି ଜେନା, ଏସକର୍ଟ ଗାଡ଼ିରେ ଆହତଙ୍କୁ ପଠାଇଲେ
ଏସକର୍ଟ ଗାଡିରେ ଆହତକୁ ମେଡିକାଲ ପଠାଇ ମନ୍ତ୍ରୀ ବିଭୂତି ଜେନା ବିନା ଏସକର୍ଟରେ ଗଞ୍ଜାମ ଗଲେ ।
ଭୁବନେଶ୍ବର: ଆହତ ଯାତ୍ରୀଙ୍କୁ ରାସ୍ତାରେ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ି ସହାୟତାର ହାତ ବଢ଼ାଇଲେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏସକର୍ଟ ଗାଡିରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ପଠାଇଲେ ମନ୍ତ୍ରୀ ।
ଖବର ଅନୁସାରେ, ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକ ସହ ମୋଟର ସାଇକେଲର ଧକ୍କା ହୋଇ ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ଆହତ ହୋଇଥିଲେ । ଏହି ସମୟରେ ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେରୁଥିଲେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ।
ମନ୍ତ୍ରୀ ରାସ୍ତାରେ ଅଟକିବା ସହ ଆହତ ବ୍ୟକ୍ତିଙ୍କୁ ମନ୍ତ୍ରୀଙ୍କ ସହିତ ଯାଉଥିବା ଏସକର୍ଟ ଗାଡିରେ ମନ୍ତ୍ରୀ ପୁରୀ ମେଡିକାଲକୁ ପଠେଇଥିଲେ। ଏହା ସହ ସେଠାରେ ଲୋକଙ୍କୁ ବୁଝେଇ ରାସ୍ତାରୋକ ହଟେଇବାଥିଲେ ମନ୍ତ୍ରୀ ଏବଂ ଶେଯରେ ବିନା ଏସକର୍ଟ ଗାଡିରେ ମନ୍ତ୍ରୀ ଗଞ୍ଜାମ ଅଭିମୂଖେ ଯାତ୍ରା କଲେ । ମନ୍ତ୍ରୀ ବିଭୂତି ଜେନାଙ୍କ ଏପରି କାର୍ଯ୍ୟକୁ ଉପସ୍ଥିତ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି ।