240 ହୋମଗାର୍ଡ ପୋଷ୍ଟ ପାଇଁ 11,500 ରୁ ଅଧିକ ପ୍ରାର୍ଥୀ, ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ସହିତ ଇଞ୍ଜିନିୟର ବି କରିଛନ୍ତି ଆବେଦନ
240 ହୋମଗାର୍ଡ ପୋଷ୍ଟ ପାଇଁ 11,500 ରୁ ଅଧିକ ପ୍ରାର୍ଥୀ କରିଛନ୍ତି ଆବେଦନ
ବ୍ରହ୍ମପୁର: ବେକାରୀ ସମସ୍ୟାର ଗନ୍ତାଘର କହିଲେ ଆଜିକା ସମୟରେ ଓଡିଶାକୁ ବୁଝାଇଥାଏ। ସେଥିପାଇଁ ତ ବ୍ରହ୍ମପୁର ଏବଂ ଗଞ୍ଜାମରେ ମାତ୍ର 240 ହୋମଗାର୍ଡ ପଦବୀ ପାଇଁ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ, ଇଞ୍ଜିନିୟର ଏବଂ MBA ସମେତ 11,500 ରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି।
ପୋଲିସ ଅଧିକାରୀଙ୍କ ମତରେ, ସାମାନ୍ୟ ହୋମ ଗାର୍ଡ ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ପଞ୍ଚମ ଶ୍ରେଣୀ ଥିବାବେଳେ ଅନେକ ଉଚ୍ଚ ଡିଗ୍ରୀ ହାସଲ କରିଥିବା ପିଲା ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି। ଯାହା ବେକାରୀ ସମସ୍ୟାର ସ୍ପଷ୍ଟ ଉଦାହରଣ।
ଗଞ୍ଜାମରେ 135 ହୋମଗାର୍ଡ ପଦବୀ ପାଇଁ ପ୍ରାୟ 7,500 ପିଲା ଆବେଦନ କରିଥିବାବେଳେ ବ୍ରହ୍ମପୁରରେ 105 ଖାଲି ପଦବୀ ପାଇଁ ପ୍ରାୟ 4,154 ପିଲା ଆବେଦନ କରିଛନ୍ତି।
ଯେଉଁଠି ହୋମଗାର୍ଡମାନେ ଦିନକୁ 612 ଟଙ୍କା ରୋଜଗାର କରିଥାନ୍ତି, ସାମାନ୍ୟ ଏହି ପୋଷ୍ଟ ପାଇଁ କେତେ ବଡ ବଡ ଡିଗ୍ରୀ ଥିବା ପିଲା ଆବେଦନ କରିଛନ୍ତି। ଯାହା ସେମାନଙ୍କ ଯୋଗ୍ୟତା ତୁଳନାରେ ଏକ ସାଧାରଣ ମଜୁରୀ କହିଲେ ଚଳେ।
ଏହାକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଲିଖିତ ପରୀକ୍ଷା ପରେ, ଶାରୀରିକ ଟେଷ୍ଟ ସମେତ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରାୟ 500 ରୁ 550 ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପରେ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଏ।
ଏହିପରି ଏକ ସମାନ ଘଟଣା ରାଉରକେଲାରେ ମଧ୍ୟ ଘଟିଛି, ଯେଉଁଠାରେ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିଙ୍କ ସମେତ 9,000 ରୁ ଅଧିକ ଆଶାୟୀ ମାତ୍ର 107 ହୋମଗାର୍ଡ ପଦବୀ ପାଇଁ ଆବେଦନ କରିଥିଲେ। ଯାହାର ସମାଧାନ ହେବା ନିହାତି ଆବଶ୍ୟକ ରହିଛି।