CHARIDHAM

ଇରାନକୁ ନେତାନ୍ୟାହୁଙ୍କ କଡ଼ା ଧମକ: ତେହେରାନ ଆକାଶରେ ଦେଖାଯିବ ଇସ୍ରାଏଲର ଫାଇଟର ଜେଟ୍

ଜେରୁଜେଲମ୍,୧୪ା୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ଇରାନକୁ ଧମକ ଦେଇଛନ୍ତି। ନେତାନ୍ୟାହୁ ଏକ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି ଯେ, ଇସ୍ରାଏଲୀ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ଖୁବ୍ ଶୀଘ୍ର ତେହେରାନର ଆକାଶରେ ଉଡ଼ୁଥିବାର ଦେଖାଯିବ। ସେ ଇରାନକୁ ଚେତାବନୀ ଦେଇଛନ୍ତି ଯେ, ଇସ୍ରାଏଲ ଆୟାତୋଲ୍ଲା ଶାସନର ପ୍ରତ୍ୟେକ ଗୁପ୍ତସ୍ଥାନ ଏବଂ ପ୍ରତ୍ୟେକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବ।

ନେତାନ୍ୟାହୁ କହିଛନ୍ତି, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଇସ୍ରାଏଲ ପ୍ରକୃତ କ୍ଷତି ପହଞ୍ଚାଇଛି। ଇରାନୀ ଅଧିକାରୀମାନେ ଯେତେ ବିପରୀତ ଦାବି କରନ୍ତୁ ନା କାହିଁକି। ଇରାନର ପରମାଣୁ କାର୍ଯ୍ୟକ୍ରମ ବହୁତ କ୍ଷତି ସହିଛି।

ନେତାନ୍ୟାହୁ କହିଛନ୍ତି, ଗତ ଦୁଇ ଦିନରେ ଇସ୍ରାଏଲୀ ବିମାନ ଆକ୍ରମଣରେ, ଆମେ ଇରାନର ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ବରିଷ୍ଠ ବୈଜ୍ଞାନିକଙ୍କ ଦଳକୁ ମଧ୍ୟ ଟାର୍ଗେଟ କରିଛୁ। ସେ ଇରାନର ପରମାଣୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିଲେ।

ନେତାନ୍ୟାହୁ ଦାବି କରିଛନ୍ତି, ଇରାନୀର ବିମାନ ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବହୁ ବର୍ଷ ପଛକୁ ଠେଲି ଦେଇଛି। ସେ ଏହା ମଧ୍ୟ କହିଛନ୍ତି, ସବୁଠାରୁ ବଡ଼ ବିପଦ ହେଉଛି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଇରାନ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ଇସ୍ରାଏଲକୁ ଧ୍ୱଂସ କରିବାକୁ ଚାହୁଁଛି। କିନ୍ତୁ ଇସ୍ରାଏଲ ଏବେ ଏପରି ସମସ୍ତ ଅସ୍ତ୍ର ତିଆରି କରିବାର ଇରାନର କ୍ଷମତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛି।

 

ଇରାନକୁ ଚେତାବନୀ ଦେଇ ନେତାନ୍ୟହୁ କହିଛନ୍ତି, ଇସ୍ରାଏଲ ଦ୍ୱାରା ଏପର୍ଯ୍ୟନ୍ତ କରାଯାଇଥିବା ଆକ୍ରମଣ କିଛି ନୁହେଁ। ଆଗାମୀ ଦିନରେ, ଇସ୍ରାଏଲୀ ସେନା ଏକ ଦୃଢ଼ ଅଭିଯାନର ଅଂଶ ଭାବରେ ଇରାନ ଉପରେ ଆକ୍ରମଣ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଇସ୍ରାଏଲ ଏବେ ୯୦ ତମ ମିନିଟରେ ଅଛି ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଦଳଗୁଡ଼ିକ ଅତି ଦ୍ରୁତ ଗତିରେ ପରମାଣୁ ଯୁଦ୍ଧାସ୍ତ୍ର ତିଆରି କରିବା ପାଇଁ ଦୌଡ଼ରେ ନିୟୋଜିତ ଅଛନ୍ତି। ମୁଁ ଶୁଣିଛି ଯେ, କିଛି ଲୋକ ଅଛନ୍ତି ଯେଉଁମାନେ ଦାବି କରୁଛନ୍ତି  ମୁଁ ଏହି କ୍ଷେତ୍ରରେ କିଛି ହାସଲ କରିନି, ତେବେ ସେମାନେ ଭୁଲ୍।