କେନ୍ଦୁଝର: ଝୁଲୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ସକାଳ ହେବା ମାତ୍ରେ ଦୁର୍ଘଟଣାର ଖବର ଟିଭି ହେଉ କିମ୍ବା ଖବରକାଗଜ ସବୁଥିରେ ଦେଖିବାକୁ ମିଳିବ।
ଆଜି ମଧ୍ୟ ସେହିପରି ଏକ ଘଟଣା ନଜରକୁ ଆସିଛି। ଆନନ୍ଦପୁରର ଶୈଲଙ୍ଗ ଗାଁର ଏକ ପୋଖରୀ ହୁଡ଼ାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ଏହାକୁ ହତ୍ୟା ବୋଲି କହୁଥିବାବେଳେ ଥାନାରେ ଅଭିଯୋଗ କରିଛନ୍ତି।