ଅହମ୍ମଦାବାଦ ବିମାନ ଦୁର୍ଘଟଣା, ସବୁକିଛି ଜଳିଗଲା, ହେଲେ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତିର ପାଖ ମାଡ଼ିଲାନି ନିଆଁ

ପୁଣି ଏକ ଚମତ୍କାର, ପ୍ରଥମେ ଭଗବତ୍ ଗୀତା ଆଉ ଏବେ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି।

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଯଦି ଧରାଯାଏ ଏହା ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ବୋଲି ଧରାଯିବ। ଯାହାକି ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଇଥିଲା। ପାଖାପାଖି ୩୦୦ ପରିବାରକୁ ଛାରଖାର କରିଦେଇଥିଲା। ହେଲେ ଏହି ବିମାନ ଦୁର୍ଘଟଣାରେ ଏମିତି କିଛି ଚମତ୍କାର ମଧ୍ୟ ଘଟିଛି।

ଯାହାକୁ ନିଜେ ନଦେଖିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ।  କାରଣ ଏହି ଭୟଙ୍କର ବିମାନ ଦୁର୍ଘଟଣା ବିଶାଳ ବିମାନକୁ ପୋଡ଼ି ଜାଳି ପାଉଁଶ କରିଦେଲା। ଏଥିରେ ଥିବା ୨୪୧ ଜଣ ଯାତ୍ରୀ ସେହି ନିଆଁରେ ଜଳି ପାଉଁଶ ହୋଇଗଲେ। ହେଲେ ଏଥିରୁ ବର୍ତ୍ତି ଯାଇଥିଲେ ଜଣ ଯାତ୍ରୀ। ଏହାଛଡ଼ା ଭଗବତ୍ ଗୀତାକୁ ମଧ୍ୟ ଛୁଇଁ ପାରିନଥିଲା ନିଆଁ। ଠିକେ ସେହିପରି ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି, ଆଣ୍ଠୁଆ ଗୋପାଳର ବି ପାଖ ମାଡିପାରିନି ନିଆଁ।

ପ୍ରଥମ ଥର ଲଣ୍ଡନ ଯାଉଥିଲେ ଜୟଶ୍ରୀ: ଆରାବଲି ଜିଲ୍ଲାର ମୋଡାସା ତହସିଲର ଖମ୍ବିସାର ଗାଁର ବାସିନ୍ଦା ଜୟଶ୍ରୀ ପଟେଲ। ତିନି ମାସ ପୂର୍ବରୁ ଆକାଶଙ୍କୁ ବିବାହ କରିଥିଲେ। ବିବାହ ପରେ ଜୟଶ୍ରୀ ଏବଂ ଆକାଶ ୧୫ ଦିନ ଏକାଠି ରହିଥିଲେ ଏବଂ ତା’ପରେ ଆକାଶ ତାଙ୍କ ଚାକିରି ପାଇଁ ଲଣ୍ଡନ ଚାଲିଯାଇଥିଲେ।

ଯେହେତୁ ଜୟଶ୍ରୀଙ୍କର ଭିସା ହୋଇନଥିଲା ତେଣୁ, ତାଙ୍କୁ ଭିସା ପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ିଲା।  ଯେତେବେଳେ ଜୟଶ୍ରୀଙ୍କର ଭିସା ହୋଇଗଲା, ସେ ସ୍ୱାମୀଙ୍କ ପାଖକୁ ଲଣ୍ଡନ ବାହାରିଲେ।

ଯେହେତୁ ଜୟଶ୍ରୀ ପ୍ରଭୁ କୃଷ୍ଣଙ୍କୁ ବୋହୁତ ମାନୁଥିଲେ, ତେଣୁ ସେ ନିଜ ସାଥୀରେ ଆଣ୍ଠୁଆ ଗୋପାଳଙ୍କର ଏକ ପିତ୍ତଳ ମୂର୍ତ୍ତି ସାଙ୍ଗରେ ଧରି ଅହମ୍ମଦାବାଦରୁ ବିମାନରେ ଜବସିଥିଲେ। ହେଲେ କେଇ ସେକେଣ୍ଡ ମଧ୍ୟରେ ବିମାନ ଦୁର୍ଘଟଣା ହେଲା ଆଉ ଜୟଶ୍ରୀଙ୍କର ମୃତ୍ୟୁ ହେଲା।

ଛୁଇଁପାରିଲାନି  ନିଆଁ: କେବଳ ଭଗବାନ ଆଣ୍ଠୁଆ ଗୋପାଳ ନୁହଁନ୍ତି ନିଆଁରୁ ଉଦ୍ଧାର ହୋଇଥିବା ଭଗବତ୍ ଗୀତା ବହିକୁ ମଧ୍ୟ ଜୟଶ୍ରୀ ସାଙ୍ଗରେ ଧରି ଲଣ୍ଡନ ଯାଉଥିଲେ। ହେଲେ ବିମାନ ଉଡ଼ାଣ ଭରିବାର କିଛି ମିନିଟ୍ ମଧ୍ୟରେ ପୁରା ଅଞ୍ଚଳରେ ଶବ ଗଦା ହୋଇଗଲା।

ହେଲେ ଏହି ନିଆଁ ବିଶାଳ ବିମାନକୁ ପୋଡ଼ି ଜାଳି ଅଙ୍ଗାର କରିଦେଇଥିବା ବେଳେ, ଭଗବତ୍ ଗୀତା ଏବଂ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତିର ପାଖ ସୁଦ୍ଧା ମାଡିପାରିଲା ନାହିଁ। ଏବେ ସୁରକ୍ଷିତ ଭାବେ ଭଗବତ୍ ଗୀତା ଏବଂ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି।