ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ବାହାରିଗଲେ ଏହି ୨ ଖେଳାଳି, ଏମାନଙ୍କୁ ମିଳିଲା ସ୍ଥାନ

ଅଷ୍ଟ୍ରେଲିଆ ଟିମକୁ ବଡ଼ ଝଟକା: ଏହି ୨ ଖେଳାଳି ବାହାରି ଗଲେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଟେଷ୍ଟ ସିରିଜ ଖେଳାଯିବ। ଏହାର ପ୍ରଥମ ମୁକାବିଲା ୨୫ ଜୁନରେ ଖେଳାଯିବ। ବର୍ତ୍ତମାନ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ଼ ଝଟକା ଲାଗିଛି। ଷ୍ଟିଭ୍ ସ୍ମିଥ ଆହତ ଯୋଗୁଁ ଟେଷ୍ଟରୁ ବାହାରି ଯାଇଛନ୍ତି। ସେହିପରି ମାର୍ନସ ଲାବୁସେନଙ୍କୁ ବାହାର କରାଯାଇଛି।

ଏହି ଦୁଇ ପ୍ଲେୟର୍ସଙ୍କ ସ୍ଥାନରେ ସାମ କୋଷ୍ଟାସ୍ ଏବଂ ଜୋଶ ଇଂଲିଶଙ୍କୁ ସାମିଲ କରାଯାଇଛି। ଏହି ପରିବର୍ତ୍ତନ ପରେ ଏହି କଥାର ସମ୍ଭାବନା ରହିଛି ଯେ, ୱାର୍ଲଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲରୁ ଅଷ୍ଟ୍ରେଲିଆ ପ୍ଲେଇଂ ଇଲେଭେନର ପରିବର୍ତ୍ତନ ନଜର ଆସିବ।

ESPNcricinfoର ରିପୋର୍ଟ ମୁତାବକ, WTC 2025ର ଫାଇନାଲରେ ସାଉଥ ଆଫ୍ରିକା ବିପକ୍ଷରେ ଷ୍ଟିଭ ସ୍ମିଥଙ୍କ ଆଙ୍ଗୁଠିରେ Dislocations ହୋଇଯାଇଛି। ତା’ର ସର୍ଜରୀ ହୋଇନାହିଁ। ହେଲେ ତାଙ୍କୁ ଆଠ ସପ୍ତାହ ପର୍ଯ୍ୟନ୍ତ Splint ପିନ୍ଧିବାକୁ ପଡ଼ିବ। ସେ ସିରିଜ ପୂର୍ବରୁ ମ୍ୟାଚରୁ ବାହାରିଯାଇଛନ୍ତି। ହେଲେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବାକି ଅନ୍ୟ ଦୁଇଟି ମ୍ୟାଚରେ ତାଙ୍କର ଖେଳିବାର ସମ୍ଭାବନା ରହିଛି।