ଇଂଲଣ୍ଡ ଠାରୁ ହାରି ୧୪୮ ବର୍ଷର ରେକର୍ଡ ଭାଙ୍ଗି ନିରାଶଜନକ ଇତିହାସ ରଚିଲା ଟିମ୍ ଇଣ୍ଡିଆ
ଭାରତୀୟ କ୍ରିକେଟ ଟିମ୍ ପ୍ରଥମ ଯେ, ଟେଷ୍ଟ ମ୍ୟାଚରୁ ପ୍ରଥମ କରି ବାଦ୍ ପଡ଼ିଛି । କେଉଁଠି ତ୍ରୁଟି ରହିଲା ବୋଲି ଖୋଜୁଛି ଦଳ ।
ନୂଆଦିଲ୍ଲୀ: ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଟିମର ପର୍ଫମାନ୍ସ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । ଭାରତୀୟ କ୍ରିକେଟ ଦଳ ପ୍ରଥମ ଯେ, ଟେଷ୍ଟ ମ୍ୟାଚରୁ ପ୍ରଥମେ ବାହାର ହୋଇଛି ।
ଇଂଲଣ୍ଡ ଟିମ୍ ୩୭୧ ରନ କରି ଭାରତୀୟ ଟିମକୁ ହରାଇଛି । ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍ ୫ଟି ସେନଚୁରୀ ମାରିଥିଲା । ଯେଉଁଥିିରେ ୟଶଶ୍ୱୀ ଜୈଶ୍ୱାଲ ୧୦୧, ଶୁଭମନ ଗିଲ୍ ୧୪୭, ଋଷଭ ପନ୍ଥ ୧୩୪ ରନ୍ ପ୍ରଥମ ଇନିଂଶରେ କରିଥିବାବେଳେ କେ.ଏଲ ରାହୁଲ ୧୩୭ ଏବଂ ଋଷଭ ପନ୍ଥ ୧୧୮ ରନ୍ ଦ୍ୱିତୀୟ ଇନିଂଶରେ କରିଥିଲେ ।
୧୪୮ ବର୍ଷରେ ପ୍ରଥମ ଥର ଭାରତୀୟ କ୍ରିକେଟ ଟିମ୍ ଟେଷ୍ଟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି । ୧୯୪୮ ମସିହାରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ସର୍ବାଧିକ ରନ୍ କରିଥିଲା । ସେହିବର୍ଷ ଭାରତୀୟ ଟିମ୍ ୮୩୫ ରନ ନିଜ ଖାତାରେ ଦାଖଲ କରିଥିଲା ।
ଇଂଲଣ୍ଡ ଓ ଭାରତ ମୋଟ ୧୬୭୩ ରନ୍ ପ୍ରଥମ ଟେଷ୍ଟରେ କରିଥିବାବେଳେ ୧୯୯୦ ମଞ୍ଚେଷ୍ଟରରେ ହୋଇଥିବା ଟେଷ୍ଟ ମ୍ୟାଚରେ ଦୁଇଟିଯାକ ଟିମ୍ ୧୬୧୪ ସ୍କୋର କରିଥିଲେ ।
ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପକ୍ଷରୁ ଉତ୍ତମ ଖେଳ ପ୍ରଦର୍ଶନ କରାଯାଇଥିଲା । ବେନ୍ ଡକେଟଙ୍କ ୧୪୯ ରନ୍ ଦଳ ପାଇଁ ବିଜୟର ପଥକୁ ସରଳ କରିଥିଲା । ପଡ଼ିଆରେ ଭଲ ପ୍ରଦର୍ଶନ ପାଇଁ ଡକେଟଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍ କରାଯାଇଛି ।
🚨 FIRST TIME IN 148 YEARS. 🚨
– India becomes the first team in Test cricket history to lose a match after having 5 individual centuries. 🤯 pic.twitter.com/o1paKOzEW2
— Mufaddal Vohra (@mufaddal_vohra) June 24, 2025