ବୁଲା କୁକୁର ଗଣନା କରିବ BMC, ଖର୍ଚ୍ଚ ହେବ 12 ଲକ୍ଷ

ବୁଲା କୁକୁର ଗଣନା କରିବ BMC । 67ଟି ୱାର୍ଡରେ ଥିବା ବୁଲା କୁକୁରଙ୍କ ସଂଖ୍ୟା ଗଣାଯିବ ।

ଭୁବନେଶ୍ବର: ବୁଲା କୁକୁର ଗଣନା କରିବ BMC । 67ଟି ୱାର୍ଡରେ ଥିବା ବୁଲା କୁକୁରଙ୍କ ସଂଖ୍ୟା ଗଣାଯିବ । କୁକୁର ଗଣନା ପାଇଁ ଏକ ଠିକା ସଂସ୍ଥାତୁ ଦାୟିତ୍ବ ଦେବ ବିଏମସି । ଏନେଇ 12 ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ତେବେ ଗତ 2 ବର୍ଷ ତଳେ କୁକୁର ଗଣନା ଆରମ୍ଭ କରାଯାଇଥିଲା ।

ଏପଟେ ରାଜଧାନୀରେ ବଢି ବଢି ଚାଲିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସେମାନଙ୍କ ସଂଖ୍ୟା ବଢି ବଢ ଚାଲିଥିବା ବେଳେ ସେ ତୁଳନାରେ ଖାଦ୍ୟ ମିଳୁ ନାହିଁ । ଯାହା ଫଳରେ ହିଂସ୍ର ହେବାରେ ଲାଗିଛନ୍ତି ବୁଲାକୁକୁର । ତେବେ ଆଗାମୀ ଦିନରେ କୁକୁର ଜନ୍ମ ଉପରେ ନିୟନ୍ତ୍ରଣ ନେଇ ଲକ୍ଷ୍ୟ ରଖାଯାଇଛି ।